Breaking PLUSଦେଶ ବିଦେଶମୁଖ୍ୟ ଖବର

କର୍କଟ ଅପେକ୍ଷା ୨୦୨୦ରେ ଘାତକ ହୋଇଛି କରୋନା

କର୍କଟ ରୋଗ ଅପେକ୍ଷା ୨୦୨୦ରେ ଅଧିକ ଘାତକ ହୋଇଛି କରୋନା। ରାଇଟ ଟୁ ଇନଫର୍ମେସନ (ଆରଟିଆଇ)ରେ ମଗା ଯାଇଥିବା ସୂଚନାରେ ଏହି ବର୍ଷ

ମୁମ୍ବାଇରେ କର୍କଟ ଅପେକ୍ଷା ଅଧିକ ଲୋକେ କରୋନାରେ ପ୍ରାଣ ହରାଇଥିବାର ଜଣାପଡିଛି। ଏହି ବର୍ଷ ଯେତିକି ଲୋକେ ହୃଦଘାତ, ଜକୃତ ଓ କ୍ୟାନସର ଜ ନିତ କାରଣରୁପ୍ରାଣ ନ ହରାଇଛନ୍ତି ଏହାଠୁ ଅନେକ ଗୁଣାରେ ଅଧିକ ଲୋକେ କରୋନାରେ ପ୍ରାଣ ହରାଇଥିବାର ତଥ୍ୟ ରହିଛି। ୨୦୨୦ରେ ମୁମ୍ବାଇର ପ୍ରାୟ ୧ଲକ୍ଷ ୧ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରୁ ୧୧ହଜାର ୧୦୫ ଜଣ ଅର୍ଥାତ ମୋଟ ମୃତକଙ୍କର ୧୦ ପ୍ରତିଶତ ଲୋକେ କେବଳ କରୋନାରେ ପ୍ରାଣ ହରାଇଥିବା ଜଣାପଡିଛି। ସେହିପରି କର୍କଟ ରୋଗରେ ଆକ୍ରାନ୍ତ ୮ହଜାର ୫୭୬ ଜଣ ଏହି ସମୟରେ ପ୍ରାଣ ହରାଇଥିଲେ ଯାହା ମୋଟ ମାମଲାର ମାତ୍ର ୭.୬ ପ୍ରତିଶତ ହୋଇଥିବା ବେଳେ ହୃଦଘାତରେ ୫ ହଜାର ୬୩୩ ଜଣ ଓ ଜକୃତ ଜନିତ କାରଣରୁ ୧ହଜାର ୬୩୪ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚିତ କରାଯାଇଛି। ବିଏମସିଙ୍କ ଦ୍ୱାରା ଜାରି ଡେଥ ସାର୍ଟିଫିକେଟ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ ହୃଦଘାତ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟାରେ ଏହି ବର୍ଷ ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି।

 

Corona Virus COVID-19

ସେହିପରି ଅନ୍ୟବର୍ଷ ତୁଳନାରେ ୨୦୨୦ରେ ମୁମ୍ବାଇ ମହାନଗରରେ ମୃତ୍ୟୁ ହାର ବଢିଥିବାର ଜଣାପଡିଛି। ଏହି ବର୍ଷ ୨୨.୭ ପ୍ରତିଶତ ଅଧିକ ମୃତ୍ୟୁ ରେକର୍ଡ ହୋଇଛି। ଗତବର୍ଷମାନଙ୍କରେ ଲୋକେ ଅନ୍ୟ ବେମାରୀ ଓ କାରଣରୁ ମୃତ୍ୟୁବରଣ କରିଥିବା ବେଳେ ୨୦୨୦ରେ କେବଳ କରୋନା ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆରଟିଆଇଙ୍କ ସୂଚନାରେ ଆହୁରି ଗୋଟିଏ କଥା ମଧ୍ୟ ସାମ୍ନାକୁ ଆସିଛି। ପ୍ରତିବର୍ଷ ଅଗ୍ନି ଦୁର୍ଘଟଣା ଯୋଗୁ ହେଉଥିବା ମୃତ୍ୟୁ ୨୦୨୦ରେ ଅନେକ ପରିମାଣରେ ହ୍ରାସ ହୋଇଛି। ଏହି ବର୍ଷ ଏହିପରି ମାତ୍ର ୧୦୦ଟି ମୃତ୍ୟୁ ଅଭିଯୋଗ ହୋଇଛି। ଏହା ଛଡା ଅନ୍ୟ ଦୁର୍ଘଟଣା ଓ ମୁଣ୍ଡରେ ଆଘତ ଲାଗିବା ଯୋଗୁ ଲୋକଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଯାଇଛି। ଅନ୍ୟବର୍ଷମାନଙ୍କରେ ଏପରି ୧୦୦୦ଟି ଅଭିଯୋଗ ମିଳିଥିବା ବେଳେ ୨୦୨୦ରେ ଏହିପରି ମାତ୍ର ୭୬୦ ମାମଲା ରେକର୍ଡ ହୋଇଛି।

Show More

Related Articles

Back to top button