ବାଣିଜ୍ୟ

ମାର୍ଚ୍ଚରେ ଆସିବନି LIC IPO ?

ବସିବ ସରକାରଙ୍କ ବଡ଼ ବୈଠକ

ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ଏକ ସପ୍ତାହ ହୋଇଛି । ସାରା ଦୁନିଆର ସେୟାର ବଜାର ଗୁଡିକ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ LIC IPOକୁ ନେଇ କେନ୍ଦ୍ରମନ୍ତ୍ରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାର୍ଚ୍ଚ ୪ରେ ବସିବ । LIC IPOକୁ ଅନେକ ପ୍ରକାର ଆକଳନ କରାଯାଉଛି । ସୂତ୍ର ଅନୁସାରେ, LIC IPOର ଟାଇମଲାଇନକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏବଂ କେନ୍ଦ୍ର ଉଦ୍ୟୋଗ ଏବଂ ବାଣିଜ୍ୟ ମନ୍ତ୍ରୀ ବୈଠକ କରିପାରନ୍ତି ।

ଏହି ବୈଠକରେ LIC IPOକୁ ଆସନ୍ତା ଆର୍ଥିକ ବର୍ଷରେ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇପାରେ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ସଂକେତ ମିଳି ନାହିଁ । ସରକାର LIC IPO ପାଇଁ SEBI ନିକଟରେ ଦସ୍ତାବିଜ ଜମା କରିସାରିଛନ୍ତି। LIC IPO ଦେଶର ସବୁଠାରୁ ବଡ ଆଇପିଓ ହେବ । ସମସ୍ତଙ୍କ ନଜର ଏହି ସରକାରୀ ବୀମା କମ୍ପାନୀର ଆଇପିଓ ଉପରେ ରହିଛି । LIC IPO ଜରିଆରେ କେନ୍ଦ୍ର ସରକାର ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖିଥିଲେ। କିନ୍ତୁ ନିକଟରେ ଏହାର ସମୀକ୍ଷା କରି ସରକାର ଏହାର ଆକାରକୁ ହ୍ରାସ କରିଛନ୍ତି।

Show More

Related Articles

Back to top button