Breaking PLUSଓଡ଼ିଶାଦେଶବାଣିଜ୍ୟମୁଖ୍ୟ ଖବର

ପେଟ୍ରୋଲ ଓ ଡିଜେଲ ଦର ୧୨ ଟଙ୍କାକୁ ବୃଦ୍ଧି

ମାର୍ଚ୍ଚ ୧୦ ପରେ ଗାଡି ଚଳାକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ ।

ମାର୍ଚ୍ଚ ୧୦ ପରେ ଗାଡି ଚଳାକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ । କାରଣ ମାର୍ଚ୍ଚ ୧୦ ପରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇବ । ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗତ ୪ ମାସରେ ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ଦର । ତେଣୁ ଆସନ୍ତା ୧୧ ଦିନ ମଧ୍ୟରେ ଗାଡି ଚାଳକଙ୍କ ପକେଟକୁ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ସମୟ ମଧ୍ୟରେ ତୈଳଦର ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରିଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ।  ସିକ୍ୟୁରିଟିଜର ଏକ ସୂଚନା ମୁତାବକ, ଖୁଚୁରା ବ୍ୟବସାୟୀମାନେ ଆସନ୍ତା ମାର୍ଚ୍ଚ ୧୬ ସୁଦ୍ଧା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି । ସେହିପରି ତୈଳ କମ୍ପାନୀଗୁଡିକର ମାର୍ଜିନ ସହ ଲିଟର ପିଛା ୧୫.୧ ଟଙ୍କା ବୃଦ୍ଧିର ଆବଶ୍ୟତା ଦେଖାଦେଇଛି । ଆସନ୍ତା ସପ୍ତାହ ସୁଦ୍ଧା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଯିବ । ତେଣୁ ଏହାପରେ ଦୈନିକ ଆଧାରରେ ଇନ୍ଧନର ଦର ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ବ୍ରୋକରେଜ କମ୍ପାନୀ ଜେ.ପି ମୋର୍ଗାନ ।  ଗତ ବର୍ଷ ନଭେମ୍ବର ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ୍ ଦାମ ବୃଦ୍ଧି ଉପରେ ରୋକ୍ ଲାଗିଥିଲା। ସେହି ସମୟରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାୟରେ ବ୍ୟାରେଲ୍ ପିଛା ୮୧.୫ ଡଲାର ରହିଥିଲା। ଦେଶର ଇନ୍ଧନ ମୂଲ୍ୟ ଅନ୍ତର୍ଜାତୀୟ ବଜାରର ମୂଲ୍ୟ ଉପରେ ନିର୍ଭର କରେ। କାରଣ ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତୈଳ ଆମଦାନୀ କରିଥାଏ।

Show More

Related Articles

Back to top button