Breaking PLUSଓଡ଼ିଶାଦେଶମୁଖ୍ୟ ଖବର

୯ ବର୍ଷର ପିଲାଟି ଫ୍ଲାଇଟରେ ଲୁଚି ରହି ଘରଠୁ ୧୬୭୭ ମାଇଲ୍ ଦୂରରେ ପହଞ୍ଚିଛି ।

ପିଲାମାନେ ଯେତେବେଳେ ଛୋଟ ଥାଆନ୍ତି ସାଧାରଣତଃ ଚଗଲା ହୁଅନ୍ତି ।

ପିଲାମାନେ ଯେତେବେଳେ ଛୋଟ ଥାଆନ୍ତି ସାଧାରଣତଃ ଚଗଲା ହୁଅନ୍ତି । କିନ୍ତୁ ବେଳେ ବେଳେ ସେମାନଙ୍କ ଦୁଷ୍ଟାମୀ ବଢିଗଲେ ଦୁର୍ଘଟଣା ବାଟକୁ ଚାଲିଯାଏ । ନିଜେ ଅସୁବିଧାରେ ପଡିବା ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ମଧ୍ୟ ଅସୁବିଧାରେ ପକାନ୍ତି । ସେମିତି ଜଣେ ପିଲାର ଦୁଷ୍ଟାମୀ ବିଷୟରେ ଜାଣନ୍ତୁ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟେ ୯ବର୍ଷର ଛୋଟ ପିଲାଟି ଫ୍ଲାଇଟରେ ଲୁଚି ନିଜ ଘରଠୁ ୧୬୭୭ ମାଇଲ୍‌ ଦୂରରେ ପହଁଞ୍ଚି ଯାଇଛି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ପିଲାଟିର କଳା କାରନାମା ବିଷୟରେ । ଏୟାରପୋର୍ଟ ଅଧିକାରୀ, ସିକ୍ୟୁରିଟି ଓ ପ୍ଲାଇଟ୍‌ ଆଟେଣ୍ଡାଣ୍ଟ ବି ଧରି ପାରିଲେନି । ଏହି ଦୁଷ୍ଟ ପିଲାଟିର ନାଁ ହେଉଛି ଇମାନୁଏଲ୍‌ ମାର୍କୁଜ ଦି ଓଲିଭେରା । ବ୍ରାଜିଲର ଉତ୍ତର ପଶ୍ଚିମ ଅଞ୍ଚଳରେ ରହୁଥିବା ଏହି କୁନି ପିଲାଟି ବିନା ଟିକଟରେ ଫ୍ଲାଇଟରେ ଯାତ୍ରା କରିଥିଲା। ଆଉ ପହଁଞ୍ଚି ଯାଇଥିଲା ନିଜ ଘରଠୁ ୧୬୭୭ ମାଇଲ୍‌ ଦୂରରେ । ସେ ଲୁଚି ଲୁଚି ଏମିତି କାମ କରିଥିଲା ଯାହା କେହି ତାର ସୁରାଗ ପାଇନଥିଲେ । ପିଲାଟିର ମା ତାଙ୍କୁ ଖୋଜିବା ପରେ ଘଟଣା ବିଷୟରେ ଜଣା ପଡ଼ିଥିଲା। ସୂଚନା ଅନୁସାରେ, ଫେବୃଆରୀ ୨୬ ସକାଳ ପରେ ପିଲାଟିକୁ ଘରେ ଦେଖିବାକୁ ମିଳିନଥିଲା ।  ସାଢ଼େ୫ଟା ପର୍ଯ୍ୟନ୍ତ ପିଲାଟିକୁ ଶୋଇଥିବାର ତାର ମା’ ଦେଖିଥିଲେ ।

ତାଙ୍କ ମା ‘ଙ୍କ କହିବା ଅନୁଯାୟୀ, ପରେ ଯେତେବେଳେ ସେ ଇମାନୁଏଲର ରୁମକୁ ଯାଇଥିଲେ, ସେତେବେଳେ ସେ ଘରେ ନଥିଲା। ସେ ଚିନ୍ତାରେ ଘରର ସବୁଠି ଖୋଜା ଖୋଜି କରିବା ପରେ କୋଉଠି ବି ପାଇନଥିଲେ । ସାରା ଦିନ ଖୋଜିବା ପରେ ପିଲାଟିର ଖୋଜ ଖବର ମିଳିନଥିଲା। ପରେ ଜାଣିବାକୁ ପାଇଲେ ତାଙ୍କ ପୁଅ ୧୬୭୭ ମାଇଲ୍‌ ଦୂର ଗୌରୁହ୍ଲୌସ୍‌ ପହଞ୍ଚି ଯାଇଛି। ଏତେ ଦୂର, ଏକୁଟିଆ ତାପୁଣି ବିନା ଟିକେଟରେ ଗଲା କେମିତି। ତାଙ୍କ ମା’ଙ୍କ କହିବା ଅନୁସାରେ ପିଲାଟି ଘରୁ ବାହାରିବା ପୂର୍ବରୁ ଗୁଗୁଲରେ ସର୍ଚ୍ଚ କରିଥିବା କଥା କହିଥିଲେ ତାଙ୍କ ମା। ସେପଟେ ଏହି ଘଟଣା ଉପରେ  ତଦନ୍ତ କରୁଛନ୍ତି ଏୟାରପୋର୍ଟ ଅଧିକାରୀ । ବିନା ପରିଚୟ ପତ୍ର ବିନା ଯାଞ୍ଚରେ କେମିତି ଫ୍ଲାଇଟରେ ବସିଲା ପିଲାଟି?

Show More

Related Articles

Back to top button