Breaking PLUSଦେଶମୁଖ୍ୟ ଖବର

କେରଳରେ 4ହଜାର କୋଟି ଟଙ୍କାର 3 ପରିଯୋଜନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 17 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେରଳର କୋଚିରେ ଯାତ୍ରା ଅବସରରେ 4ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ତିନୋଟି ପ୍ରମୁଖ ନିର୍ମାଣ ପରିଯୋଜନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ସେ କହିଛନ୍ତି ଯେ, ଏହି ପରିଯୋଜନାରେ ଦେଶର ଦକ୍ଷିଣ କ୍ଷେତ୍ରର ପ୍ରଗତି ଓ ବିକାଶ ଦ୍ରୁତ ଗତିରେ ଆସିବ ।
ଆଜି ଉଦଘାଟନ କରାଯାଇଥିବା ପରିଯୋଜନାରେ କୋଚିନ ଶିପୟାର୍ଡ ଲିମିଟେଡରେ ନ୍ୟୁ ଡ୍ରାଇ ଡାକ୍ (ଏନଡିଡି), ସିଏସଏଲର ଇଣ୍ଟରନ୍ୟାସନାଲ ଶିପ୍ ରିପାୟାର ଫ୍ୟାସିଲିଟି (ଆଇଏସବରଏଫ) ଓ ପୁଥୁଭାଇପିନ, କୋଚିରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଏଲପିଜି ଆୟାତ ଟର୍ମିନାଲ ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ଦଶକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସୁଧାର ମଧ୍ୟରେ ବନ୍ଦର, ସିପିଂ ଓ ଅନ୍ତର୍ଦେଶୀୟ ଜଳମାର୍ଗ କ୍ଷେତ୍ରରେ ବ୍ୟାପାର କରିବାରେ ସୁବିଧା ହେବ ।

Show More

Related Articles

Back to top button