Breaking PLUSଦେଶମୁଖ୍ୟ ଖବର

ସରକାରୀ ବାସଭବନ ଖାଲି କରିବାକୁ ମହୁଆ ମିତ୍ରଙ୍କୁ ନୂଆ ନୋଟିସ୍

ନୂଆଦିଲ୍ଲୀ, 17 ଜାନୁୟାରୀ – ତୃଣମୂଳ କଂଗ୍ରେସ ପାର୍ଟିର ନେତା ମହୁଆ ମିତ୍ରଙ୍କୁ ନୂଆଦିଲ୍ଲୀରେ ସରକାରୀ ବାସଭବନ ଖାଲି କରିବା ପାଇଁ ନୂଆ ନୋଟିସ ମିଳିଛି । ସରକାରୀ ବାସଭବନ ଖାଲି କରିବା ପାଇଁ ଏହି ନୋଟିସ ସମ୍ପଦା ନିର୍ଦ୍ଦେଶାଳୟ ପକ୍ଷରୁ ତୃତୀୟ ଥର ପଠାଯାଇଛି । ବୁଧବାର ଖାଲି କରିବା ସଂକ୍ରାନ୍ତୀୟ ନୂଆ ନୋଟିସ ସରକାରୀ ବାସଭବନ କାନ୍ଥରେ ଲଗାଯାଇଛି ।
ସମ୍ପଦା ଅଧିକାରୀ ଓ ସମ୍ପଦା ନିର୍ଦ୍ଦେଶକ ସମ୍ପଦା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ପକ୍ଷରୁ ଏହି ନୂଆ ନୋଟିସ ଜାନୁୟାରୀ 16 ମଙ୍ଗଳବାର ଜାରି କରାଯାଇଛି । ନୋଟିସରେ ଜାନୁୟାରୀ 17ରେ ସମ୍ପଦା ନିର୍ଦ୍ଦେଶକ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।

Show More

Related Articles

Back to top button