ବଲିଉଡମନୋରଞ୍ଜନ

ବକ୍ସ ଅଫିସ୍‌ରେ ଫିକା ପଡିଲା ଫିଲ୍ମ ‘ଶମଶେରା’

ତୃତୀୟ ଦିନରେ କଲେକ୍ସନ୍ କଲା ଏତିକି କୋଟି

ନିକଟରେ ରଣବୀର କପୁରଙ୍କ ଫିଲ୍ମ ଶମଶେରା ରିଲିଜ ହୋଇଛି। ଦୀର୍ଘ ସମୟ ପରେ ରଣବୀର କପୁର ବଡ ପରଦାକୁ କମ୍‌ବ୍ୟାକ୍‌ କରିଛନ୍ତି । ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ବାଣୀ କପୁର ମଧ୍ୟ ନଜର ଆସିଛନ୍ତି। ଏହି ଫିଲ୍ମ ୨୨ ଜୁଲାଇରେ ବକ୍ସ ରିଲିଜ୍‌ ହୋଇଥିଲା। ଫିଲ୍ମ ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ଭଲ କଲେକସନ୍‌ କରିଥିଲା । ପ୍ରଥମ ଦିନରେ ଶମଶେରା ୧୦.୦୫ କୋଟି ଟଙ୍କା ରୋଜଗାର କରିଥିଲେ। ଏହାକୁ ଦେଖି ନିର୍ମାତାମାନେ ଅସନ୍ତୁଷ୍ଟ ମଧ୍ୟ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମର ରୋଜଗାରରେ କୌଣସି ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ରିଲିଜ ହେବା ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମକୁ ବହୁତ ପ୍ରଶଂସା କରାଯାଇଥିଲା କିନ୍ତୁ ବକ୍ସ ଅଫିସରେ ଦର୍ଶକ ଏହି ଫିଲ୍ମକୁ ଅଧିକ ପସନ୍ଦ କରି ନାହାନ୍ତି।

ଆମେ ଏହା କହୁନାହୁଁ, କିନ୍ତୁ ଏହା ଫିଲ୍ମର କଲେକସନକୁ ଦେଖିଲେ ଜଣାପଡିଯାଉଛି। ବାସ୍ତବରେ ଏହି ଫିଲ୍ମ ଦ୍ୱିତୀୟ ଦିନରେ ପ୍ରାୟ ୧୦ କୋଟି ରୋଜଗାର କରିଛି । ରବିବାର ମଧ୍ୟ ତା ଠାରୁ କମ୍‌ କଲେକସନ କରିଛି । ଏହାକୁ ଆକଳନ କଲେ ଏପର୍ଯ୍ୟନ୍ତ ଫିଲ୍ମ ୨୦.୧୫ କୋଟି ରୋଜଗାର କରିଛି । ଫିଲ୍ମର ଟ୍ରେଲର ଦେଖି ବାହୁବଲୀ ଏବଂ ଆରଆରଆର ସହିତ ତୁଳନା କରାଯାଇଥିଲା। କିନ୍ତୁ ୧୫୦ କୋଟିରେ ନିର୍ମିତ ଶମଶେରା ୫୦ କୋଟି ବି ରୋଜଗାର କରିପାରି ନାହିଁ । ଏଥି ସହିତ, ଫିଲ୍ମର କଲେକସନ୍‌ ଏତେ ଧିରେ ହେଉଛି ଲାଗୁଛି ଫିଲ୍ମର ଫ୍ଲପ୍ ହେବାର ସମ୍ଭାବନା ଅଧିକ। ଏଭଳି ପରିସ୍ଥିତିରେ ରଣବୀରଙ୍କ ଆଗାମୀ ଫିଲ୍ମ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ।

Show More

Related Articles

Back to top button