ବାଣିଜ୍ୟ

ଆୟୁର୍ବେଦ ଅନୁସାରେ ଶୀତଋତୁରେ ଗୁଡ଼ କ୍ଷୀରୀର ମହତ୍ୱ କଣ ?

ଆସନ୍ତୁ ଜାଣିବା

ଆମ ଭାରତରେ ମିଠା ଜିନିଷର ଚାହିଦା ଅନ୍ୟ ସବୁ ଦେଶ ଅପେକ୍ଷା ଖୁବ ରହିଛି l ମିଠା ଜିନିଷରେ ରସଗୋଲା, ଛେନାପୋଡ଼, ଭଳି ଅନେକ ମିଠା ଜିନିଷ ରହିଛି l କାରଣ ଭାରତ ରେ ଖାଇବା ପରେ ମିଠା ଖାଇବା ପ୍ରାୟତଃ ସବୁବେଳେ ଦେଖିବାକୁ ମିଳିଥାଏ l କିନ୍ତୁ ବିଶେଷ ଭାବରେ ପୂଜା ପର୍ବରେ କ୍ଷୀରୀ ତିଆରି କରାଯିବ ଏକ ସାଧାରଣ କଥା l କାରଣ ଭାରତୀୟ ଲୋକଙ୍କ ମଧ୍ୟରେ କ୍ଷୀରୀ ଗୋଟିଏ ଖୁବ ଆଦୃତ ଖାଦ୍ୟ ଅଟେ l

କିନ୍ତୁ ଆୟୁର୍ବେଦ ଅନୁସାରେ ମଧ୍ୟ ଏହି କ୍ଷୀରୀ କୁ ଖୁବ ଗୁରୁତ୍ୱ ଦିଅ ଯାଇଥାଏ l କିନ୍ତୁ ଏହି କ୍ଷୀରୀ ଖାଇବାର କିଛିଟା ନିୟମ ମଧ୍ୟ ରହିଛି l

* ଆୟୁର୍ବେଦ ଅନୁସାରେ କ୍ଷୀରୀ କୁ ନିଜ ଖାଦ୍ୟରେ ସାମିଲ କରିବା ପୂର୍ବରୁ କିଛିଟା କଥାକୁ ଧ୍ୟାନ ଦେବା ଆବଶ୍ୟକ l ଯେଉଁ ବ୍ୟକ୍ତି ମାନଙ୍କର ପାଚନ ତନ୍ତ୍ର ମଜବୁତ ସେମାନେ ଏହାକୁ ନିଜ ଖାଦ୍ୟରେ ସାମିଲ କରି ପାରିବେ l ଏହା ବ୍ୟତୀତ ଯେଉଁମାନେ ନିଜର ଶକ୍ତି ବଢାଇବାକୁ ଚାହୁଁଛନ୍ତି ସେମାନେ ମଧ୍ୟ କ୍ଷୀରୀ ନିୟମିତ ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ l

* ଯେଉଁ ବ୍ୟକ୍ତି ମାନଙ୍କର ଗ୍ୟାସ ସମସ୍ୟା ରହୁଛି ସେମାନେ କ୍ଷୀରୀ ଖାଇବା ଠାରୁ ଦୁରେଇ ରୁହନ୍ତୁ l କଫ ଓ ଆଜ୍ମା ରୋଗୀ ମାନେ ମଧ୍ୟ ଦିନ ସମୟରେ କ୍ଷୀରୀ ଖାଇବା ଉଚିତ l ରାତିରେ କ୍ଷୀରି ଖାଇବା ଠାରୁ ଦୁରେଇ ରୁହନ୍ତୁ l ସାଧାରଣତଃ ସୁଗାର ସମସ୍ୟା ଦେଇ ଯାଉଥିବା ବ୍ୟକ୍ତିମାନେ ମଧ୍ୟ ଖିରି ଠାରୁ ଦୁରେଇ ରୁହନ୍ତୁ l

* ଆୟୁର୍ବେଦ ଅନୁସାରେ ଖିରି ରେ ଥିବା ପୋଷାକ ତତ୍ୱ ଶରୀରକୁ ବିଭିନ ପ୍ରକାରର ସଂକ୍ରମଣ ଠାରୁ ଦୁରେଇ ରଖିଥାଏ l ଏଥିରେ ବ୍ୟବହାର ହୋଇଥିବା ଗୁଜୁରାତି ଓ ଲବଙ୍ଗ ଶରୀରକୁ ସତେଜ ରଖିଥାଏ l

* ଖିରି ସବୁବେଳେ ଗୁଡରେ ପ୍ରସ୍ତୁତ କରିବା ଉଚିତ l କାରଣ ଗୁଡ଼ ଶରୀର ପାଇଁ ଖୁବ ହିତକର ,ଏହା ଶରୀରକୁ ଥଣ୍ଡା ଦିନରେ ଉଷୁମ ରଖିଥାଏ l ତେଣୁ ବିଶେଷ ଭାବରେ ଶୀତଋତୁରେ ଯେବେବି ଖିରି ପ୍ରସ୍ତୁତ କରୁଛନ୍ତି ଗୁଡରେ ପ୍ରସ୍ତୁତ କରନ୍ତୁ l

* ଗୁଡ ଖିରି ରୋଗ ପ୍ରତିରୋଧକ ଖାମତା ବଢ଼ାଇଥିବା କାରଣରୁ ଆମ ଶରୀର ଥଣ୍ଡା ଜନିତ ସଂକ୍ରମଣ ଠାରୁ ସୀତ ଋତୁରେ ରକ୍ଷା ପାଇଥାଏ l ଏହି ଋତୁରେ ଛୋଟ ପିଲାଙ୍କୁ ଗୁଡରେ ପ୍ରସ୍ତୁତ କ୍ଷୀରୀ ତିଆରି କରି ଖୁଆଇବା ଖୁବ ଲାଭ ଦାୟକ l

Show More

Related Articles

Back to top button