Breaking PLUSସେଲିବ୍ରିଟି

କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ଖବରକୁ ସହ୍ୟ କରିନପାରି ଗଲାଣି ୩ ପ୍ରଶଂସକଙ୍କ ଜୀବନ

କନ୍ନଡ଼ ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ । ପ୍ରିୟ ଅଭିନେତାଙ୍କ ଦୁଃଖଦ ମୃତ୍ୟୁକୁ ନେଇ ଦୁଃଖର ଛାୟା ଖୋଳିଯାଇଛି । ନିଜ ପ୍ରିୟ ଅଭିନେତାଙ୍କ ଶେଷ ଦର୍ଶନ ପାଇଁ ଅସମ୍ଭବ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡୁଛି ।

ମରଶରୀର ରଖାଯାଇଥିବା କାନ୍ତିରବା ଷ୍ଟାଡିଅମରେ ଏବେ ବି ହଜାର ହଜାର ଲୋକ ପୁନୀତଙ୍କ ଶେଷଦର୍ଶନ କରୁଛନ୍ତି । ୪୬ ବର୍ଷ ବୟସରେ ହୃଦଘାତରେ ଅଭିନେତା ପୁନିତଙ୍କ ଦେହାନ୍ତ ହୋଇଛି। ଆସନ୍ତାକାଲି ହେବ ଶେଷକୃତ୍ୟ । ସେପଟେ ପ୍ରିୟ ଅଭିନେତାଙ୍କୁ ହରାଇ କର୍ଣ୍ଣାଟକରେ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଥିବା ଶୁଣିବାକୁ ମିଳୁଛି । ପକର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ହନୁର ତାଲୁକା ଅଞ୍ଚଳର ମାରୋ ଗାଁର ମୁନ୍ନିୟପ୍ପା ନାମକ ୩୦ ବର୍ଷୀୟ ଯୁବକ ପୁନୀତଙ୍କ ମୃତ୍ୟୁ ଖବର ଶୁଣି ଖୁବ୍‌ ମର୍ମାହତ ହୋଇ ପଡ଼ିଥିଲେ । ପୁନୀତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଯୁବକ ଜଣକ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତଳେ ପଡ଼ି ଯାଇଥିଲେ । ଗ୍ରାମବାସୀ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ବେଲଗାବି ଅଞ୍ଚଳର ସିନ୍ଦୋଲି ଗାଁର ପର୍ଶୁରାମ ଦେମନ୍ନାବର ନାମକ ଯୁବକଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଛି । ସେ ପୁନିତଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ । ପୁନିତଙ୍କ ମୃତ୍ୟୁ ଖବର ଶୁଣି ପର୍ଶୁରାମ ଖୁବ୍‌ ଭାଙ୍ଗି ପଡ଼ିଥିବା ବେଳେ ରାତି ୧୧ଟାରେ ତାଙ୍କର ହୃଦଘାତଜନିତ ମୃତ୍ୟୁ ହୋଇଛି ।

Show More

Related Articles

Back to top button