Breaking PLUSଓଡ଼ିଶାମୁଖ୍ୟ ଖବର

ଦରଦାମ ବୃଦ୍ଧି ପ୍ରତିବାଦରେ ରାଜ୍ୟ ବ୍ୟାପି ବିକ୍ଷୋଭ କରିବ ବିଜେଡ଼ି

ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ପେଟ୍ରୋଲ-ଡିଜେଲଠାରୁ ଆରମ୍ଭ କରି ଖାଇବା ତେଲ, ପନିପରିବା ଆଦିର ଦର ଆକାଶଛୁଆଁ ହେଲାଣି । ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବାକୁ ଯାଉଛି ବିଜେଡ଼ି । ନଭେମ୍ବର ୧ରେ ଏନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ଦଳ । ବିଜୁ ମହିଳା ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ହେବ ।

ନଭେମ୍ବର ୫ରୁ ୭ ଯାଏ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦେବେ । କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେବ ବିଜୁ ଯୁବ ଛାତ୍ର ସଙ୍ଗଠନ । ଏହା ସହ ଦରଦାମ୍ ବୃଦ୍ଧି ପ୍ରତିବାଦରେ କାଲି ରାଜଭବନ ଆଗରେ ଧାରଣା ଦେବ ବିଜେଡି । ଦରଦାମ କମାଇବାକୁ ରାଜ୍ୟପାଳଙ୍କୁ ସ୍କାରକପତ୍ର ଦେବେ ବିଜେଡ଼ି ଛାମୁଆ ସଙ୍ଗଠନ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରତାପ କେଶରୀ ଦେବ ।

Show More

Related Articles

Back to top button