Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଟିଭି ଡିବେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଇମ୍ରାନ୍ ଖାନ୍

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ସହିତ ପୁରୁଣା ମତଭେଦ ଭୁଲି ସୁସମ୍ପର୍କ ରଖିବାକୁ ଚାହୁଁଛନ୍ତି ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ସହିତ ପୁରୁଣା ମତଭେଦ ଭୁଲି ସୁସମ୍ପର୍କ ରଖିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ବାର୍ତ୍ତା ଟେଲିଭିଜନ୍ ଡିବେଟ୍ କରିବାକୁ ଚାହାଁନ୍ତି। ୭୫ ବର୍ଷ ପୂର୍ବେ ଦେଶ ସ୍ୱାଧୀନତା ହାସଲ କରିବା ପରେ ସେବେଠାରୁ ତିନୋଟି ଯୁଦ୍ଧ ଲଢିବା ପରେ ଭାରତ ଓ ପାକିସ୍ତାନ ଭିତରେ ବିବାଦ ଆରମ୍ଭ ହୋଇଥିଲା। ଇମ୍ରାନ ରସିୟା ଟୁଡେକୁ ଏକ ସାକ୍ଷାତକାର ଦେଇ କହିଛନ୍ତି,ଯେ ମୁଁ ଟିଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଡିବେଟ୍ କରିବାକୁ ପସନ୍ଦ କରିବି। ଏହା ପୂର୍ବରୁ ଫେବୃଆରୀ ୧୪ ରେ ମଧ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କାଶ୍ମୀର ବିବାଦକୁ ଚିନ୍ତାର ବିଷୟ ବୋଲି କହିଥିଲେ, ସେଥିପାଇଁ ଦୁଇ ପଡୋଶୀ ଦେଶକୁ ଏହାର ସମାଧାନ ଏକାଠି ବସି କରିବାକୁ ପଡିବ । ଯଦି ଏହି ପ୍ରସଙ୍ଗ ଜାରିରୁହେ, ତେବେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭିତରେ ସଂଘର୍ଷ ହେବାର ଆଶଙ୍କା ବଢିଯିବ । କିନ୍ତୁ ଏହା ପୂର୍ବରୁ ଭାରତ କହିସାରିଛି ,ଯେ ଜାମ୍ମୁ-କାଶ୍ମୀର ଦେଶର ଭିନ୍ନ ଅଂଶ ଥିଲା ରହିବ । ଏହା ସହିତ ସେ କହିଛନ୍ତି,ଯେ ଯଦି ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ ତେବେ ତାହା ଭାରତୀୟ ଉପ-ମହାଦ୍ୱୀପ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଲାଭଦାୟକ ହେବ ।

 

Show More

Related Articles

Back to top button