Breaking PLUSଜୀବନଚର୍ଯ୍ୟାଦେଶ ବିଦେଶବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ରଶ୍ମିକା ଓ ବିଜୟଙ୍କ ବିବାହକୁ ନେଇ ଚର୍ଚ୍ଚା

 ସାଉଥର ଚର୍ଚ୍ଚିତ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପୁଷ୍ପା ଫିଲ୍ମି୍ ରିଲିଜ୍ ହେବା ପରେ ସେ ଆହୁରି ଲୋକପ୍ରିୟ ହୋଇଯାଇଛନ୍ତି ।

 ସାଉଥର ଚର୍ଚ୍ଚିତ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପୁଷ୍ପା ଫିଲ୍ମି୍ ରିଲିଜ୍ ହେବା ପରେ ସେ ଆହୁରି ଲୋକପ୍ରିୟ ହୋଇଯାଇଛନ୍ତି । ହେଲେ ତାଙ୍କର ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ଯୋଡିକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି । ଦୁହିଁଙ୍କୁ ବର୍ତ୍ତମାନ ବହୁ ଥର ଏକାଠି ଫିଲ୍ମିରେ ଦେଖିବାକୁ ମିଳୁଛି । ନିକଟରେ କିଛି ଦିନ ତଳେ ରଶ୍ମିକା ଓ ବିଜୟଙ୍କୁ ମୁମ୍ବାଇରେ ସ୍ପଟ୍ କରାଯାଇଥିଲା । ବର୍ତ୍ତମାନ ସୋସିଆଲ୍ ମିଡିଆରେ ସେମାନଙ୍କ ମଧ୍ୟରେ ଲିଙ୍କ ଆଫେୟାରକୁ ନେଇ ଗୁଜବ ଉଠିବାରେ ଲାଗିଛି । ଅନ୍ୟପଟେ ରଶ୍ମିକା ଓ ବିଜୟଙ୍କ ଆଫାୟାର୍ସ ଗୁଜବ ବୋଲି ଶୁଣିବାକୁ ମିଳିଥିଲା । ହେଲେ ଏବେ ସେମାନଙ୍କ ବିବାହକୁ ନେଇ ମଧ୍ୟ ଖବର ଆସିବାରେ ଲାଗିଛି ।

ଶୁଣିବାକୁ ମିଳିଛି କି ଦୁହେଁ ଆସନ୍ତା ବର୍ଷ ବିବାହ କରିବେ । କିନ୍ତୁ ରଶ୍ମିକା ଓ ବିଜୟ ଏହାକୁ ନେଇ ଏପର୍ଯ୍ୟନ୍ତ କିଛି ବି ମତ ଦେଇନାହାନ୍ତି । ବିଜୟ ଓ ରଶ୍ମିକା ଏକାଠି ଦୁଇଟି ସୁପର୍ ହିଟ୍ ଫିଲ୍ମ ଡିୟର୍ କମରେଡ୍ ଓ ଗୀତା ଗୋବିନ୍ଦାରେ ନଜର ଆସିଥିଲେ । ଏହି ଫିଲ୍ମ ଦୁଇଟି ସୁପର୍ ହିଟ୍ ହେବା ପରେ ଫ୍ୟାନ୍ସମାନେ ଏହି ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରିଥିଲେ । କିନ୍ତୁ ରଶ୍ମିକାଙ୍କ କହିବା ଅନୁସାରେ ସେ ଏବେ ବିବାହ କରିବାକୁ ରାଜି ନାହାନ୍ତି । କି, ସେ ବିଷୟରେ କିଛି ଭାବି ନାହାନ୍ତି  । ଏବଂ ଯେବେ ବିବାହ କରିବେ ସେ ଜଣେଇବେ ବୋଲି କହିଛନ୍ତି ।

 

Show More

Related Articles

Back to top button