ସ୍ୱାସ୍ଥ୍ୟ

ଛିଡା ହୋଇ ପାଣି ପିଉଛନ୍ତି କି?

ତେବେ ଜାଣି ରଖନ୍ତୁ ଏହି କଥା

ସୁସ୍ଥ ରହିବା ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ । ଏହା ଶୋଷ ମେଣ୍ଟାଇବା ସହିତ ଶରୀରକୁ ପୁଷ୍ଟିକର କରିଥାଏ । ଶରୀରରେ ଥିବା ମଇଳାକୁ ବାହାରକରିବାରେ ସାହାଯ୍ୟ କରିଥାଏ । ଏଥିଲାଗି ସୁସ୍ଥ ଏବଂ ସତେଜ ଅନୁଭବ ହୋଇଥାଏ । ତେଣୁ ପ୍ରତିଦିନ ଅତି କମରେ ୮ ଗ୍ଲାସ୍ ପାଣି ପିଇବା ଉଚିତ୍ । କିନ୍ତୁ ସଠିକ୍ ପରିମାଣର ପାଣି ପିଇବା ସହିତ ଏହାକୁ ସଠିକ୍ ଭାବରେ ମଧ୍ୟ ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ଲୋକ ଶୀଘ୍ର ଠିଆ ହୋଇ ପାଣି ପିଇଥାନ୍ତି । ଏହି କାରଣରୁ ହଜମ ଶକ୍ତି ଦୁର୍ବଳ ହେବା ସହିତ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ ବିସ୍ତୃତ ଭାବରେ..
ପାଣି ପିଇବାର ସଠିକ୍ ଉପାୟ:

ସର୍ବଦା ପାଣିକୁ ଆରାମରେ ଧିରେ ଧିରେ ପିଇବା ଉଚିତ୍ ।

ଛିଡା ହୋଇ ପାଣି ପିଇବାରେ କ’ଣ ହୋଇଥାଏ କ୍ଷତି :

ଛିଡା ହୋଇ ପାଣି ପିଇବା ଦ୍ୱାରା ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ମିଳିନଥାଏ । ଏହି ସମୟରେ ଶରୀରର ଖାଦ୍ୟ ଏବଂ ବାୟୁ ନଳୀରେ ଅକ୍ସିଜେନ୍ ସପ୍ଲାଇରେ ବାଧା ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ଫୁସଫୁସରୁ ନେଇ ହୃଦୟ ପର୍ଯ୍ୟନ୍ତ ପଡିଥାଏ ।

ଏହିପରି, ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଦୁର୍ବଳ ହୋଇ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଚାପ ବଢିଥାଏ:

ଛିଡା ହୋଇ ପାଣି ପିଇବା ଦ୍ୱାରା ଚାପ ବଢିଥାଏ । ଏହିପ୍ରକାର ପିଇଥିବା ପାଣି ସିଧାସଳଖ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ ପାଣିରୁ ପୋଷକ ତତ୍ତ୍ୱ ପାଇବା ପରିବର୍ତ୍ତେ ଶରୀରରେ ଚାପ ବଢିଥାଏ ।

କିଡ୍ନୀ ଉପରେ ପ୍ରଭାବ ପଡିଥାଏ:

ଛିଡା ହୋଇ ପାଣି ପିଇବା ଦ୍ୱାରା, ଏହା ଫିଲ୍ଟର ନହୋଇ ଶୀଘ୍ର ତଳ ପେଟରେ ପହଞ୍ଚିଯାଏ । ଏହା ପାଣିରେ ଥିବା ମଇଳାକୁ ଗାଲ୍ ବ୍ଲାଡରରେ ସଂଗ୍ରହ କରିଥାଏ।| ଏହା କିଡ୍ନୀରେ କ୍ଷତି ପହଞ୍ଚାଇଥାଏ ।

Show More

Related Articles

Back to top button