ଦେଶ ବିଦେଶ

ବିହାର ଲକଡାଉନ୍ ୪

ଆଜିଠୁ କୋହଳ ହେବ କଟକଣା, ଅପରାହ୍ନ ୨ଟା ଯାଏଁ ଖୋଲାରହିବ ଦୋକାନ

ଆଜିଠୁ ବିହାରରେ ଲକଡାଉନ୍-୪ କାର୍ଯ୍ୟକାରୀ । ପୂର୍ବାପେକ୍ଷା ବର୍ତ୍ତମାନ ଅଧିକ ସମୟ ଧରି ଖୋଲା ରହିବ ଦୋକାନ । ଲକଡାଉନ୍-୩ ତୁଳନାରେ ଦୋକାନଗୁଡ଼ିକୁ ଖୋଲା ରଖିବାର ସମୟସୀମା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଦୋକାନଗୁଡିକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖାଯିବ । ଏହା ବ୍ୟତୀତ ଲକଡାଉନ୍-୪ ରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ତଥାପି, ମାସ୍କ ଏବଂ ସାମାଜିକ ଦୂରତାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ରହିଛି ।ରାଜ୍ୟରେ କରୋନା ସଂକ୍ରମଣର ଚେନ୍ ବ୍ରେକ୍ କରିବାକୁ ସରକାର ମେ ୫ରୁ ବିହାରରେ ଲକଡାଉନ କରିଥିଲେ । ଆଉ ଏହି ଲକଡାଉନ ଅବଧି ଗତକାଲି ଶେଷ ହୋଇଛି । ଆଜିଠୁ ଲକଡାଉନ୍-୪ କାର୍ଯ୍ୟକାରୀ ହେବ । ପୂର୍ବରୁ ଲଗାଯାଇଥିବା ଅନେକ ପ୍ରତିବନ୍ଧକକୁ ଲକଡାଉନ୍-୪ରେ ହଟାଇ ଦିଆଯାଇଛି । ତେବ ଏଥର ଅଡ ଇଭନ ଫର୍ମୂଲାରେ ଦୋକାନ ଖେଲିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । କେଉଁ ଦିନ କେଉଁ ଦୋକାନ ଖୋଲିବ ତାହା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ତେବେ ସାର, ମଞ୍ଜି ଏବଂ କୀଟନାଶକ ବ୍ୟତୀତ ଖାଦ୍ୟ ସାମଗ୍ରୀ, ଫଳ ଏବଂ ପନିପରିବା, କ୍ଷୀର, ମାଂସ ଏବଂ ମାଛର ଦୋକାନ ପ୍ରତିଦିନ ଖୋଲିବ । ଏହା ବ୍ୟତୀତ ବିକଳ୍ପ ଦିନରେ ଅନ୍ୟ ଦୋକାନ ଖୋଲାଯାଇପାରିବ । ଲକଡାଉନ୍ -3 ରେ ସହରାଞ୍ଚଳରେ ଦୋକାନଗୁଡିକ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ଗ୍ରାମାଞ୍ଚଳରେ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଥିଲା । ହେଲେ ଏବେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିର୍ଦ୍ଦେଶ ରହିଛି ।

Show More

Related Articles

Back to top button