ଓଡ଼ିଆ ଗଳ୍ପଓଡ଼ିଶା

କେମିତି ଭୁଲିବି???????

କେମିତି ଭୁଲିବି
ଭୁଲି ମୁଁ ପାରୁନି ସେଈ
ଅଭୁଲା ଅଫେରା ଦିନକୁ
ଶିଶିର ଭିଜା ସେ ରୂପା ଜହ୍ନକୁ,,

କେତେ ମିଠା ଥିଲା ସେଇ ପ୍ରଥମ ପ୍ରେମ
ପାରୁନି ମୁଁ ଭୁଲି କାହିଁକି ପ୍ରଥମ ଦିନ
କାହାକୁ ବା ଆଉ କାହିଁ ଦେଖିବି ସ୍ବପ୍ନ
ଆଖିରୁ ଲିଭେନା ମୋର ପ୍ରଥମ ସ୍ବପ୍ନ
କେମିତି ପାରିବି ଭୁଲି ମୋ ପ୍ରୀୟାକୁ
ଶିଶିର ଭିଜା ସେ ରୂପା ଜହ୍ନକୁ????

କେମିତି ଭୁଲିବି ତାର ପ୍ରଥମ ଛୁଆଁ
ଆଜିବି ସେ ପ୍ରେମ ମତେ ଲାଗୁଛି ନୂଆ
ନିଜେ ମୁଁ ଜାଳୁଛି ମୋର ବିରହ ନିଆଁକୁ
ଜଳିଯାଏ ଏକା ଏକା କହିବି କାହାକୁ
କେମିତି ଭୁଲିବି ସେଇ ପ୍ରଥମ ପ୍ରେମକୁ
ଶିଶିର ଭିଜା ସେଇ ରୂପା ଜହ୍ନକୁ,,,,,,,,,

ବିରହ ନିଆଁରେ ଜଳେ ମୋ ଅଭୁଲା ସ୍ମୁତି
କେମିତି ବିତୁଚି ମୋର ଦିନ ବି ରାତି
ପାଇଲି ଜୀବନରେ ଅନେକ ଧୋକା
ବାଛିଲି ଜୀବନ ବାଟ ଆଜି ମୁଁ ଏକା
କେମିତି ଭୁଲିବି ସେ ପୁରୁଣା ଦିନକୁ
ଶିଶିର ଭିଜା ସେ ରୂପା ଜହ୍ନକୁ,,,,,,,,

।।ପ୍ରଶାନ୍ତ ପତି।।ଜଗତସିଂହପୁର।

Show More

Related Articles

Back to top button