ଓଡ଼ିଶାସ୍ୱତନ୍ତ୍ର

ଥିଙ୍କର୍ସ କ୍ଲବ୍ ର ୪୬ତମ ଆଲୋଚନା

ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏକ ସନ୍ତାନ ପରିବାର ପାଇଁ ନିୟମ ଲାଗୁ ଜରୁରୀ

ଭୁବନେଶ୍ୱର ତା୨୯-୧୦ ଆୟତନ ଦୃଷ୍ଟିରୁ ଭାରତ ଚିନ୍ ଠାରୁ ତିନି ଗୁଣା ବଡ ।ସେଠାର ଲୋକ ସଂଖ୍ୟା ୧୪୦ କୋଟି ହୋଇଥିବା ବେଳେ ଭାରତ ର ଲୋକସଂଖ୍ୟା ୧୩୦ କୋଟି ।ଥିଙ୍କରସ୍ କ୍ଲବ୍ ର ୪୬ ତମ ଆଭସି ଆଲୋଚନା ଗୋଟିଏ ପରିବାର ରେ ଗୋଟିଏ ସନ୍ତାନ ନୀତି ଲାଗୁ ସମ୍ପର୍କରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ସାଂସଦ ତଥା ବିଶିଷ୍ଟ ଚଳଚ୍ଚିତ୍ର ତାରକା ଓ ଲେଖକ ପ୍ରଶାନ୍ତ ନନ୍ଦ ଯୋଗ ଦେଇ କହିଲେ ଯେ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏକ ପରିବାର ପାଇଁ ଏକ ସନ୍ତାନ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବା ଉଚିତ୍ l ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଦେଶର ହିତ ଦୃଷ୍ଟିରୁ ଏହାକୁ ମାନିବା ଜରୁରୀ ।ଏଥି ପାଇଁ ରାଜନୀତିଜ୍ଞ ମାନଙ୍କ ଇଚ୍ଛା ଶକ୍ତି ର ଅଭାବ ପରିଲକ୍ଷିତ ହେଉଛି ।ମାତ୍ର ଏହା ଭାରତ ପାଇଂ ସବୁଠlରୁ ବେଶୀ ଆବଶ୍ୟକତା ବୋଲି ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ଉଲ୍ଲେଖ କରିଥିଲେ ।

ତ୍ୟର ସନ୍ଧାନ ପୁସ୍ତକରୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଏ ସମ୍ପର୍କରେ ଲିଖିତ ମତ ପାଠ କରାଯାଇଥିଲା ।ପୂର୍ବତନ ପୋଲିସ ନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ର, ସ୍ବର୍ଗତ ଗୌରିକୁମାର ବ୍ରହ୍ମା , ଶ୍ରୀରାମ ଚନ୍ଦ୍ର ଦାଶ ଓ ମଇନୁଦିନ ଅହମ୍ମଦ ଦୁଇଟି ସନ୍ତାନ ପାଇଂ ମତ ରଖିଥିଲେ । ସ୍ବର୍ଗତ ପ୍ରଫେସର ପଠାଣି ପଟ୍ଟନାୟକ ନିଷ୍ଠୁର ଭାବେ ଜନସଂଖ୍ୟା ବୃଦ୍ଧି ରୋକିବାକୁ ହେବ ବୋଲି ଲିଖିତ ମତ ଦେଇଛନ୍ତି ।

ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେଇ ନନ୍ଦ ନନ୍ଦନ ଦାସ, ଉମାଶଙ୍କର ମିଶ୍ର, ନିମାଇଂସ୍ୱାଇଁ, ଅନୁପମ ବୋଷ,ବାମନ ବେହେରା,ଚିତ୍ତରଞ୍ଜନ ଶତପଥୀ, ସଂଗ୍ରାମ ସାମନ୍ତରାୟ, ,ପୂର୍ଣ୍ଣିମା ମିତ୍ର , ନଗେନ୍ଦ୍ର ମିଶ୍ର, ସଜନ ଶର୍ମା , ମନ୍ନ୍ନଥ ପାଣି ,ଡ ପ୍ରମୋଦ ପଣ୍ଡା , ସୁମନ ଦାସ ଆଦି  । ଥିଙ୍କର୍ସ କ୍ଲବ୍ ର ସଭାପତି ବରଦା ଦାସ ସଭାପତିତ୍ବ କରି କହିଲେ ଦେଶର ରାଜନୈତିକ ଦଳ ମାନେ ନିର୍ବାଚନ ପୂର୍ବରୁ ଏହା ଉପରେ ଘୋଷଣା କରିନଥାନ୍ତି l ବେଙ୍ଗାଳୁରୁ ରୁ ବିଭୁଦତ୍ତ ମହାନ୍ତି ବୈଷୟିକ ପରିଚାଳନା କରିଥିଲେ ।ଆସନ୍ତା ଶୁକ୍ରବାର ଅସତ୍ ଉପାୟରେ କାର୍ଯ ହାସଲ ସମ୍ପର୍କରେ ଆଲୋଚନା କରାଯିବ । ଥିଙ୍କରସ୍ କ୍ଲବ ର ୟୁଟ୍ୟୁବରେ ସମସ୍ତ ଆଲୋଚନା ଉପଲବ୍ଧ ।

Show More

Related Articles

Back to top button