Breaking PLUSଓଡ଼ିଶାମୁଖ୍ୟ ଖବର

ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷୁଛି, ଆହୁରି 2 ଦିନ ଛେଚିବ

() ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶଃ ଲଘୁଚାପରେ ପରିଣତ ହୋଇଛି । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ସୁଦୃଶଃ ଲଘୁଚାପ । ଯାହାର ପ୍ରଭାବରେ ବର୍ଷା ଲାଗିରହିଛି । ଆଗାମୀ ୨ ଦିନ ଯାଏ ଓଡ଼ିଶା ଓ ଛତିଶଗଡ଼ ଦେଇ ଅତିକ୍ରମ ସମ୍ଭାବନା ରହିଛି ।

ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଢେଙ୍କାନାଳକୁ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଏଠାରେ ପ୍ରବଳ ବର୍ଷିବ । ଭୁବନେଶ୍ୱର ଓ କଟକ ସହରକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଟ୍ୱିନସିଟିରେ ବର୍ଷା ଲାଗିରହିଛି । ଭୁବନେଶ୍ୱର ଓ କଟକରେ ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Show More

Related Articles

Back to top button