Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

18ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ

ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆସନ୍ତା ୧୮ ତାରିଖରୁ ୨୨ ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆସନ୍ତା ୧୭ ତାରିଖ ଅପରାହ୍ଣ ସାଢ଼େ ୪ଟାରେ ସର୍ବଦଳୀୟ ବୈଠକ ଅନଉଷ୍ଠିତ ହେବ । ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରେ ପୁରୁଣା ଭବନରେ ହିଁ ଆରମ୍ଭ ହେବ।

ଅନ୍ୟ ପକ୍ଷରେ ଗଣେଶ ଚତୁର୍ଥୀ ଅବସରରେ ୧୯ ତାରିଖରେ ନୂଆ ସଂସଦ ଭବନରେ ସଂସଦର ପ୍ରଥମ ଅଧିବେଶନ ହେବ। ୧୮ରେ ପୁରୁଣା ଭବନରେ ଅଧିବେଶନ ଆରମ୍ଭ ହେବା ପରେ ୧୯ରେ ଏହା ନୂଆ ଭବନକୁ ସ୍ଥାନାନ୍ତର ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।

Show More

Related Articles

Back to top button