Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲଙ୍କ ସହ ଜଣେ ମେଜର ଏବଂ ପୁଲିସର ଡିଏସ୍‌ପି ସହିଦ

ଶ୍ରୀନଗର- କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ସେନାର ଜଣେ କର୍ଣ୍ଣେଲ୍‌ଙ୍କ ସହ ଆଉ ଜଣେ ଅଧିକାରୀ ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ସେନା ଏବଂ ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।

ସେନାର କର୍ଣ୍ଣେଲ୍‌ ନିଜ ଟିମ୍‌ର ନେତୃତ୍ୱ କରି ସେହି ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀ ତାଙ୍କ ଟିମ୍‌ ଉପରକୁ ଗୁଳି ଚଳାଇଥିଲେ । ଏଥିରେ କର୍ଣ୍ଣେଲ୍‌ଙ୍କ ସହ ଜଣେ ମେଜର ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି । ୧୯ ରାଷ୍ଟ୍ରୀୟ ରାଇଫଲ୍‌ର କର୍ଣ୍ଣେଲ୍‌ ଏହି ଟିମ୍‌ର ନେତୃତ୍ୱ କରୁଥିଲେ । ଏହାର ସୂଚନା ମିଳିବା ପରେ କାଶ୍ମୀରର ଡିଜିପି ଦିଲବାଗ ସିଂ, ଏଡିଜିପି ବିଜୟ କୁମାର ଏବଂ ଜିଓସି ଲେଫନାଣ୍ଟ ଜେନେରାଲ ରାଜୀବ ଘାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Show More

Related Articles

Back to top button