Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ ବଢିବ ତାତି

ଭୁବନେଶ୍ୱର – ପୁଣି ବଢିବ ତାତି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଠାରୁ ୪ ଦିନ ଯାଏଁ ୬ ରୁ ୮ ଡିଗ୍ରୀ ବଢିବ ଦିନର ତାତି।

ସାରା ରାଜ୍ୟରେ ପାଗ ଆଂଶିକ କୋହଲା ରହିଛି। ଗୁରୁବାର କେତେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବାବେଳେ କିନ୍ତୁ କୋହଲା ପାଗ ଯୋଗୁଁ ଦିନ ତାପମାତ୍ରା ବୃଦ୍ଧି ପାଇନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୧୨ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ପୁଣି ଦିନ ତାପମାତ୍ରା ବୃଦ୍ଧି ପାଇବ। କେତେକ ଅଞ୍ଚଳରେ ପ୍ରାୟ ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିପାରେ। ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ୪୦ଡିଗ୍ରୀ ଟପିବାର ସମ୍ଭାବନା ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button