Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବରରାଜନୀତିସ୍ୱାସ୍ଥ୍ୟ

କୋଭିଡ ଖର୍ଚ୍ଚର ହିସାବ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କେନ୍ଦ୍ର ଦେଇଛି ୩୮ କୋଟି ୮୬ ଲକ୍ଷ

ରାଜ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି କୋଭିଡ୍ ମୁକାବିଲାରେ ।  କେତେ ଟଙ୍କା ଦେଇଛି କେନ୍ଦ୍ର ? ରାଜ୍ୟ ସରକାର କେତେ ଖର୍ଚ୍ଚ କରିଛନ୍ତି ? ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ୍ ପାଇଁ ୧ହଜାର ୪୦ କୋଟି ୧୯ ଲକ୍ଷ ୨୭ ହଜାର ୬୦୫ ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିରୁ ୩୮ କୋଟି ୮୬ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ସେହିଭଳି କୋରାପୁଟ ଜିଲ୍ଲାର ବିଧାୟକ ମାନଙ୍କ ପାଣ୍ଠିକୁ ମୋଟ ୭୭ ଲକ୍ଷ ୩୮ ହଜାର ୪୨୦ ଟଙ୍କା ସହାୟତା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ୍ ମହାମାରୀ ମୁକାବିଲାର ଖର୍ଚ୍ଚ ପ୍ରଶ୍ନ  ସାଧାରଣ ଲୋକଙ୍କ ମନରେ ବି ଆସିଥାଏ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅଗଷ୍ଟ ସୁଦ୍ଧା ଖର୍ଚ୍ଚ ବାବାଦରେ ଏହି ସୂଚନା ଦେଇଛନ୍ତି ।

Show More

Related Articles

Back to top button