Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ବାସ୍ଥ୍ୟ ନିର୍ଦ୍ଦେଶକ: ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସବୁ ଓମିକ୍ରନ୍ ଭାରିଆଣ୍ଟର

ରାଜ୍ୟରେ କୋଭିଡ୍ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି ।

କୋଭିଡ୍ ସଂକ୍ରମଣ ସହ ଟିବି, ଫାଇଲେରିଆ, ମ୍ୟାଲେରିଆ, ଡ଼ାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର୍ ଟୁ ଡୋର୍ ସର୍ଭିଲାନ୍ସ କରାଯାଉଛି । ଗତ ୧୫ ଦିନରେ ରାଜ୍ୟରେ ସଂକ୍ରମଣ ସିଙ୍ଗଲ ଡିଜିଜ୍‌ରେ ରହୁଥିଲା । ଏବେ ତାହା ବଢିବା ଆରମ୍ଭ କରିଛି । କିନ୍ତୁ ତାହା ଏତେ ଅଧିକ ନୁହେଁ ।

 

ହସ୍ପିଟାଲାଇଜେସନ୍ ବଢି ନାହିଁ । ତଥାପି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରିବୁ । ଏହା ବାଦ୍ ଲୋକମାନଙ୍କୁ ଅପିଲ କରୁଛୁ ସମସ୍ତେ ଟିକା ନିଅନ୍ତୁ । ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ୍ ଭାରିଆଣ୍ଟର ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Show More

Related Articles

Back to top button