ଅପରାଧଆଇନ କାନୁନଓଡ଼ିଶା

ରାଜଧାନୀର ରାଜରାସ୍ତାରେ ଏକ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଏକ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ୧୦ ଦୁର୍ବୃତ୍ତ । ଚାହୁଁ ଚାହୁଁ ଜଳି ପୋଡି ପାଉଁଶ ହୋଇଗଲା ଗାଡ଼ି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାର କାରଣ ବିଷୟରେ କୌଣସି ତଥ୍ୟ ଜଣା ପଡିନଥିବାବେଳେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ୍ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଜଧାନୀର ଡେଲଟା ଛକରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି । ଏହି କାଣ୍ଡ ପଛରେ କେବିଏନ୍‌ ଗ୍ରୁପ ସଦସ୍ୟ ସାମିଲ ଥିବା ଅନୁମାନ କରାଯାଉଛି। ସେମାନେ ପୁଣି ଥରେ ନିଜ ଦବଦବା ଜାହିର କରିବାକୁ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।  ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରୁଥିବା ବେଳେ ସ୍କର୍ପିଓରେ ନିଆଁ ଲାଗିବା ପୂର୍ବର ଭିଡିଓ ସାମନାକୁ ଆସିଛି । ଭିଡିଓରେ ୫ରୁ ୧୦ ଜଣ ଦୁର୍ବୃତ୍ତ ଗାଡି ପାଖକୁ ଆସି ହୋହାଲ୍ଲା କରିବା ସହ ଭଙ୍ଗାରୁଜା କରିଥିବା ନଜର ଆସିଛି । ତେବେ ଏହି ଘଟଣା ପରେ ରାଜଧାନୀର କମିଶନରେଟ ପୁଲିସ୍‌ର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି ।

 

Show More

Related Articles

Back to top button