ଭକ୍ତିସ୍ୱତନ୍ତ୍ର

ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ବର,ଲାଗି ହୋଇଛି ଗଜଭୋଗ ଓ ତରଣ

ଆଜି ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ।

ଭୋଗ ବିତରଣ ପାଇଁ ପୂଜକ ସମିତି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ ପୂଜକଙ୍କ ସହ ଯୋଗାଯୋଗ କରି ପୀଠ ବାହାରେ ଏହି ଭୋଗ ପାଇ ପାରିବେ।

ତେବେ ନିର୍ଦ୍ଧାରିତ ସମୟ ଅନୁଯାୟୀ ବାବା ଧବଳେଶ୍ଵରଙ୍କ ପହଡ଼ ଖୋଲାଯାଇଥିଲା । ଏହାପରେ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇ ମଙ୍ଗଳ ଆଳତୀ ମଇଲମ ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ସମୟ ଅନୁସାରେ ସମ୍ପାଦନ ହେବା ପରେ ଭର୍ଚୁଆଲ ମଧ୍ୟମରେ ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ବାବା ଧବଳେଶ୍ବର ଦର୍ଶନ ଦେଉଛନ୍ତି ।

ବାବା ଧବଳେଶ୍ୱଙ୍କୁ ଦର୍ଶନ ନିମନ୍ତେ ମନ୍ଦିରର ମୁଖ୍ୟରାସ୍ତା ଫାଟକ ପାଖରେ ଏଲଇଡି ସ୍କ୍ରିନ ଲାଗିଛି । ଭର୍ଚୁଆଲ ମଧ୍ୟମରେ ବାବା ଧବଳେଶ୍ବରଙ୍କୁ ଦର୍ଶନ ନିମନ୍ତେ ୟୁଟ୍ୟୁବ୍ ଲିଙ୍କ୍ ଦିଆଯାଇଛି। ସେପଟେ ଝୁଲାପୋଲ ଏବଂ ମନ୍ଦିର ବେଢାରେ ୧୪୪ ଧାରା ବଳବତ୍ତର ରହିଛି ।

Show More

Related Articles

Back to top button