ଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଧୀରେ ଧୀରେ ସୁଧୁରୁଛି ଦିଲ୍ଲୀର ପ୍ରଦୂଷଣ ସମସ୍ୟା

ନୂଆଦିଲ୍ଲୀ: ଧୀରେ ଧୀରେ ସୁଧୁରୁଛି ଦିଲ୍ଲୀର ପ୍ରଦୂଷଣ ସମସ୍ୟା। ଲଗାତାର ଭାବେ ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏବେ ଏଥିରେ ସାମାନ୍ୟ ରୋକ ଲାଗିଛି। ଫଳରେ ତିନି ଦିନ ତଳେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ତଥାପି ଆଜି ସକାଳୁ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ କରାଯାଇଛି। କଟକଣା ହଟିବା ପରେ ଦିଲ୍ଲୀରେ ଏବେ ଟ୍ରକ ଚଳାଚଳ କରିପାରିବେ। କେବଳ ଏତିକି ନୁହେଁ ଅଣ ବିଏସ-୬ଡିଜେଲ ବାହନ ଉପରେ ଜାରି କଟକଣା ମଧ୍ୟ ପ୍ରତ୍ୟାହୃତ ହୋଇଛି। ଦିଲ୍ଲୀରେ ସବୁ ଉଦ୍ୟୋଗ ବନ୍ଦ ଲାଗି କରାଯାଇଥିବା ସୁପାରିଶ ମଧ୍ୟ ପ୍ରତ୍ୟାହାର ହୋଇଛି। ଦିଲ୍ଲୀରେ ବାୟୁ ମାନ ହ୍ରାସ ଲାଗି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)-୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଜିଆରଏପି-୪ ବାୟୁର ମାନ ଖରାପ ହେଲେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିଥାନ୍ତି। ତେବେ ବାୟୁ ମାନରେ ସାମାନ୍ୟ ସୁଧାର ପରେ ଜିଆରଏପି-୪କୁ ହଟାଇ ୩୩୯ କରି ଦିଆଯାଇଛି। ତେବେ ଅନାବଶ୍ୟକ ନିର୍ମାଣ ଗତିବିଧି ଯେପରିକି ଇଟା ଭାଟି ଉପରେ ଏବେବି କଟକଣା ବଳବତ୍ତର ରହିଛି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ କୌଣସି ସ୍କୁଲ ଆଉଟଡୋର ଗତିବିଧି ସଞ୍ଚାଳିତ କରିପାରିବେନି। ଗତକାଲି ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଆଜି ଏଠାକାର ଏଆଇକ୍ୟୁ ୩୪୭ ଥିବା ରେକର୍ଡ କରାଯାଇଛି। ସେହିପରି ନଏଡାରେ ମଧ୍ୟ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଥିବା ଦେଖିବାକୁ ମିଳିଛି। ଏଠାରେ ଏଆଇକ୍ୟୁ ୩୩୧ ରହିଛି। ସେହିପରି ଗୁରୁଗ୍ରାମରେ ମଧ୍ୟ ୩୦୯ ଥିବା ରେକର୍ଡ କରାଯାଇଛି।

Show More

Related Articles

Back to top button