ଓଡ଼ିଶାଭକ୍ତିସ୍ୱତନ୍ତ୍ର

ପଞ୍ଚୁକର ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପଞ୍ଚୁକର ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ପୂର୍ବରୁ ମହାବାହୁ ବିଭିନ୍ନ ବେଶ ଧାରଣ କରିଥିବାବେଳେ ଆଜି ପଞ୍ଚୁକର ଚତୁର୍ଥ ଦିନରେ ଅର୍ଥାତ୍ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଏହି ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସୁସଜ୍ଜିତ ହୋଇଛନ୍ତି । ତେବେ ଶ୍ରୀମନ୍ଦିରରେ ନୀତି ସରିବା ପରେ ସିଂହାରୀ ସେବକମାନେ ମହାପ୍ରଭୁଙ୍କୁ ଏହି ବେଶରେ ଶୃଙ୍ଗାର କରିଥାନ୍ତି । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବାକୁ ଆଜି ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

ଭୋରରୁ ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ଆଗକୁ ଆଗକୁ ବଢ଼ି ଚାଲିଛି । ଲକ୍ଷ୍ମୀ ନୃସିଂହ ବେଶରେ ମଧ୍ୟ ଶ୍ରୀଜିଉ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବା ସହ ଶଙ୍ଖ,ଚକ୍ର, ହଳ,ମୂଷଳ ଆଦି ଧାରଣ କରିଥାନ୍ତି ।

 

Show More

Related Articles

Back to top button