ଓଡ଼ିଶାଦୁର୍ଘଟଣାସ୍ୱତନ୍ତ୍ର

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୨ ବଖରା ଘର

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୨ ବଖରା ଘର । ଏଭଳି ଅଭାବନୀୟ ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ଅଡୁଆସାହିରେ । ତେବେ ଦୂର୍ଘଟଣାରେ ୨ ବଖରା ଚାଳଘର ପୋଡିଯାଥିବାବେଳେ ଗୋଟିଏ ଗାଈର ମୃତ୍ୟୁ ହୋଇଛି ।

ସୂଚନାଅନୁଯାୟୀ, କରବର ଅଡୁଆସାହିର ଭିକାରି ମଲ୍ଲିକ ପତ୍ନୀ ସନ୍ଧ୍ୟାରେ ରୋଷଇ କରିବାକୁ ଯାଉଥିବା ବେଳେ ହଠାତ ଗ୍ୟାସ୍ ଲିକେଜ ହୋଇ ନିଆଁ ଲାଗିଯାଇଥିଲା।ଯାହାଫଳରେ ଗ୍ୟାସ ସିଲିଣ୍ଡରଟି ଫାଟିଯାଇ ତାଙ୍କର ରୋଷେଇ ଘର ଓ ଗୁହାଳ ଘର ସହ ୨ ବଖରା ଚାଳଘର ପୋଡିଯିବା ସହ ଗୋଟିଏ ଗାଈ ପୋଡ଼ିହୋଇ ମୃତ୍ୟୁ ବରଣ କରିଥିବାବେଳେ ଆଉ ଗୋଟିଏ ଗାଈ ଅଧା ପଡିହୋଇଯାଇଛି।

ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚିବା ବେଳକୁ ସବୁ ପୋଡି ପାଉଁସ ହୋଇଯାଇଥିଲା। ଭିକାରି ମଲ୍ଲିକ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Show More

Related Articles

Back to top button