Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱର ବସଷ୍ଟାଣ୍ଡରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, 3ଗିରଫ

ବାଲେଶ୍ୱର ବସଷ୍ଟାଣ୍ଡରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । 3ଜଣ ଯୁବକ ଚୋରା ଗଞ୍ଜେଇ ନେଇ ଯାଉଥିବା ବେଳେ ବାଲେଶ୍ୱର ବସ ଷ୍ଟାଣ୍ଡରେ ଲୋକେ ସେମାନଙ୍କୁ ମାଡିବସିଥିଲେ । ଅଭିଯୁକ୍ତଙ୍କ ଠାରୁ 4ଟି ବ୍ୟାଗରୁ ପ୍ରାୟ 40କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଛି ।
ବାଲେଶ୍ୱର ସହଦେଵଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତିନିଜଣଙ୍କ ମଧ୍ୟରୁ ଜଣେ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସହଦେଵଖୁଣ୍ଟା ପୋଲିସ ଚମ୍ପଟ ଯୁବକଙ୍କୁ ସୁରଜ ହୋଟେଲ ଛକରୁ ଧରିବାରେ ସଫଳ ହୋଇଛି। ଅଧିକର ଅଧିକ ତଦନ୍ତ ଜାରି ରହିଛି ।

Show More

Related Articles

Back to top button