ସ୍ୱାସ୍ଥ୍ୟ

ଖଟା ଫଳ ସ୍ବାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ

ନିୟମିତ ଭାବେ ଡାଏଟ୍‌ରେ କରନ୍ତୁ ସାମିଲ୍‌

ସାଧାରଣତଃ ଅଧିକାଂଶ ଲୋକ ଖାଦ୍ୟ ଖାଇବାକୁ ବୁତ ପସନ୍ଦ କରନ୍ତି। ଯାହାର ସ୍ୱାଦ ଭଲ ଏବଂ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।। କିନ୍ତୁ କୁହାଯାଏ ବେଳେ ବେଳେ ଖଟା ଖାଦ୍ୟ ଖାଇବା କଥା, କେବଳ ତାହାର ସ୍ୱାଦ ଭଲ ହୋଇନଥାଏ କିନ୍ତୁ ତାହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏହି ଖଟା ଫଳ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ। ଆମେ ଆପଣଙ୍କୁ ଏପରି କିଛି ଫଳର ନାମ କହିବାକୁ ଯାଉଛୁ। ଯାହା ଆପଣଙ୍କ ପାଇଁ ବହୁତ ଭଲ ଲାଭଦାୟକ ହେବ । ଜାଣନ୍ତୁ କେଉଁ ଖଟା ଫଳ ଆପଣ ନିଜ ଖାଦ୍ୟରେ ସାମିଲ୍‌ କରିବେ।

ଚେରି – ଚେରି ଗୁଡିକ ସେମାନଙ୍କର ଖଟା-ମିଠା ସ୍ୱାଦ ପାଇଁ ଭଲ ବିବେଚନା କରାଯାଏ। ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ଏହା ଆମ ଶରୀରକୁ ଅନେକ ଉପାୟରେ ସାହାଯ୍ୟ କରିଥାଏ। ଚେରିରେ ଥିବା ଭିଟାମିନ୍ ସି ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏବଂ ସୁସ୍ଥ ଚର୍ମକୁ ବଜାୟ ରଖିବା ପାଇଁ ଜରୁରୀ। ଏଥିରେ ଥିବା ପୋଟାସିୟମ୍ ଆମ ମାଂସପେଶୀ, ରକ୍ତ ପ୍ରବାହ ଇତ୍ୟାଦି ପାଇଁ ଭଲ ହୋଇଥାଏ। କେବଳ ଏତିକି ନୁହେଁ, ଏହା ଆଣ୍ଟି-ଇନଫ୍ଲାମେଟୋରୀ ଗୁଣରେ ମଧ୍ୟ ଭରପୂର ପରିମାଣରେ ରହିଥାଏ। ବ୍ୟାୟାମ କରିବା ପରେ ଚେରି ରସକୁ ପିଇ ପାରିବେ। ଚେରି ରକ୍ତରେ ଥିବା ୟୁରିକ୍ ଏସିଡ୍ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।

 

ଅଙ୍ଗୁର- ଅଙ୍ଗୁର ଫଳ ମଧ୍ୟ ଏକ ଖଟା ଫଳ। କିନ୍ତୁ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହା କ୍ୟାଲୋରୀରେ କମ୍ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଲାଭ ମଧ୍ୟ ରହିଛି। ଅଙ୍ଗୁରରେ ଭିଟାମିନ୍ ସି ସହିତ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହା ଆମକୁ ଅନେକ ରୋଗ ସହ ଲଢିବାକୁ ସାହାଯ୍ୟ କରେ। ଏହା ସହିତ ହଜମ ପ୍ରକ୍ରିୟାର ହାରକୁ ହ୍ରାସ କରିଥାଏ। ଏହାକୁ ଖାଇବା ପରେ, ଆପଣଙ୍କ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଲ୍‌ ହୋଇ ରହିଥାଏ।

ଲିଚି- ଲିଚି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଫଳ। ଗୋଟିଏ ଲିଚିରେ ପ୍ରାୟତଃ ସାତ ମିଲିଗ୍ରାମ ଭିଟାମିନ୍ ସି ମିଳିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଓମେଗା ଫ୍ୟାଟି ଏସିଡ୍ ମଧ୍ୟ ଥାଏ। ଏହା ଆମ ହୃଦୟ ପାଇଁ ମଧ୍ୟ ବହୁତ ଭଲ ବୋଲି କୁହାଯାଏ। କର୍କଟ ଏବଂ ମଧୁମେହ ଭଳି ରୋଗ ସହିତ ଲଢିବାରେ ମଧ୍ୟ ସାହାଯ୍ୟ କରେ।

Show More

Related Articles

Back to top button