ସ୍ୱାସ୍ଥ୍ୟ

ମଧୁମେହ କାରଣରୁ ମୁଣ୍ଡ ବୁଲାଉଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ସାଧାରଣତଃ ବର୍ତ୍ତମାନ ଯୁଗରେ ସମସ୍ତ ଡାଇବେଟିସ୍ ରୋଗର ଶିକାର ହେଉଛନ୍ତି । ଏଥିପାଇଁ ବେଳେ ବେଳେ ସୁଗାର ଲେଭଲ୍ କମ୍ ହେଲେ ମୁଣ୍ଡ ବୁଲାଇ ଥାଏ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ, ଡିହାଇଡ୍ରେସନ୍ କିମ୍ବା ମଧୁମେହରେ ଔଷଧ ପ୍ରଭାବ ହେତୁ ମୁଣ୍ଡ ବୁଲାଇବା ସମସ୍ୟା ଦେଖାଯାଏ। କେବଳ ଏତିକି ହିଁ ନୁହେଁ ମଧୁମେହ ଶରୀରର ଅନେକ ଅଙ୍ଗରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ।

ଏହି କାରଣରୁ ଅନେକ ଲକ୍ଷଣ ଦେଖାଯାଇପାରେ, ଯେଉଁଥିରୁ ମୁଣ୍ଡ ବୁଲାଇବା ମଧ୍ୟ ଏକ ପ୍ରକାରର ସମସ୍ୟା । ତେବେ ଏହି ମଧୁମେହ ସମୟରେ ମୁଣ୍ଡ ବୁଲାଇବା ସମସ୍ୟାକୁ ଦୂର କରିବା ପାଇଁ ସରଳ ଘରୋଇ ଉପଚାର ବ୍ୟବହାର କରାଯାଇପାରେ । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ ।

-ମଧୁମେହରେ ମୁଣ୍ଡ ବୁଲାଇବା ସମୟରେ ଅଳାଁ ଖାଆନ୍ତୁ। ଅଳାଁରେ ଭିଟାମିନ୍ ସି ଏବଂ ଭିଟାମିନ୍ ଏ ରହିଥାଏ । ଏହା ବ୍ୟତୀତ ତାହାକୁ ଗୋଲମରିଚ ଦ୍ୱାରା ଖାଇଲେ ରକ୍ତ ପ୍ରବାହ ଭଲ ରୁହେ ଆପଣ ମୁଣ୍ଡ ବୁଲାଇବା ସମସ୍ୟାରୁ ମୁକ୍ତି ପାଆନ୍ତି । ଆପଣ ୧୫ ଗ୍ରାମ ଅଳାଁ ନେଇ ସେଥିରେ ଶୁଖିଲା ଲଙ୍କା ଏବଂ ମିଶ୍ରି ମିଶାଇ ଏହାକୁ ଖାଆନ୍ତି ।

-ଗଭୀର ନିଶ୍ୱାସ ନିଅନ୍ତୁ – ଯଦି ଆପଣ ମୁଣ୍ଡ ବୁଲାଇବା ହେଉଥିଲେ ଏକ ସହଜ ଘରୋଇ ହେଲା ଗଭୀର ନିଶ୍ୱାସ ନିଅନ୍ତୁ। ଗଭୀର ନିଶ୍ୱାସ ନେବା ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମସ୍ତିଷ୍କରେ ପହଞ୍ଚେ, ଯେଉଁ କାରଣରୁ ମୁଣ୍ଡ ବୁଲାଇବା ବନ୍ଦ ହୋଇଯାଏ ଏବଂ ଆପଣ ଆରାମ ପାଇଥା’ନ୍ତି । ଏହା ବ୍ୟତୀତ, ଖାଦ୍ୟରେ ଭିଟାମିନ୍- ଏ, ଫାଇବର, ଆଇରନ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୂକ୍ତ କରିବା ଉଚିତ୍ ।

-ଅଦା ଖାଆନ୍ତୁ – ମଧୁମେହରେ ଅଦା ଖାଆନ୍ତୁ। ଅଦାକୁ ଚାରେ ପିଅନ୍ତୁ କିମ୍ବା ଅଦାକୁ ଛୋଟ ଖଣ୍ଡରେ କାଟି ଏହାକୁ ଚୋବାନ୍ତୁ, ତେବେ ଆପଣ ମୁଣ୍ଡ ବୁଲାଇବା ସମସ୍ୟାରୁ ମୁକ୍ତି ପାଇବେ ।

-ଲେମ୍ବୁ ଖାଆନ୍ତୁ- ଲେମ୍ବୁରେ ଭିଟାମିନ୍ ସି ରହିଥାଏ, ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ, ବରଂ ଏହା ଶରୀରକୁ ହାଇଡ୍ରେସନ୍ ମଧ୍ୟ କରିଥାଏ । ଏହା ଦ୍ବାରା ମୁଣ୍ଡ ବୁଲାଇବା ସମୟରେ ଆରାମ ମିଳିଥାଏ । ଯଦି ଆପଣ ମୁଣ୍ଡ ବୁଲାଉଛନ୍ତି, ତେବେ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ଲେମ୍ବୁ ରସ ପିଅନ୍ତୁ ।

-ମହୁ ଖାଆନ୍ତୁ – ଯେଉଁମାନଙ୍କର ଚିନି ଖାଇବାରେ ସମସ୍ୟା ଥାଏ, ସୁଗାର ଲେବଲ୍କୁ କମ୍ ହୋଇଯାଇଥିଲେ ମୁଣ୍ଡ ବୁଲାଇଥାଏ, ଯାହାକୁ ବଦଳରେ ମହୁ ଖାଇବା ଉଚିତ୍ । ମହୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ଯେଉଁଥିପାଇଁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

Show More

Related Articles

Back to top button