Breaking PLUSଦୁର୍ଘଟଣାଭକ୍ତିମୁଖ୍ୟ ଖବର

ଶ୍ରୀମନ୍ଦିରକୁ ଆସି ଜଗା ଦର୍ଶନ ହେଲା ଭକ୍ତର ଶେଷ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ।

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ। ସେ ନିଜର ପରିବାର ସହ ପୁରୀ ଆସିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ଏହି ଯାତ୍ରା ହେବ ତାଙ୍କ ପାଇଁ ଶେଷ ଯାତ୍ରା। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଛତିଶଗଡ଼ର ୭୨ ବର୍ଷିୟ ୱାଇ.ଜି ମୂର୍ତ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମାଆ ବିମଳାଙ୍କ ଦର୍ଶନ ଲାଗି ଯାଉଥିଲେ।

ସେତିକିବେଳେ ୱାଇ.ଜି ମୂର୍ତ୍ତି ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ତତକ୍ଷଣାତ୍ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୱାଇ.ଜି ମୂର୍ତ୍ତିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପୁରୀରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

 

Show More

Related Articles

Back to top button