Breaking PLUSମୁଖ୍ୟ ଖବର

କମିପାରେ ଖାଇବା ତେଲ

ଆଗାମୀ କିଛିଦିନ ମଧ୍ୟରେ ଖାଇବା ତେଲର ଦର ଶସ୍ତା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି

ନୂଆଦିଲ୍ଲୀ, : ଗତ କିଛି ମାସ ହେବ ଦରବୃଦ୍ଧିକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆଗାମୀ କିଛିଦିନ ମଧ୍ୟରେ ଖାଇବା ତେଲର ଦର ଶସ୍ତା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏପରିକି ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଖାଇବା ତେଲ ଉପରେ ଲାଗୁ ହେଉଥିବା ୨ଟି ସେସ୍‌ରେ ପରିମାଣ ହ୍ରାସ କରିବାକୁ ସରକାର ଯୋଜନା ରଖିଛନ୍ତି। ଖାଇବା ତେଲ ଆମଦାନୀ ଉପରେ ବର୍ତ୍ତମାନ ୫.୫% ଶୁଳ୍କ ରହିଛି।ଏହାଛଡ଼ା ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ଉପରେ ବର୍ତ୍ତମାନର ହ୍ରାସକୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା କରୁଛନ୍ତି।

Show More

Related Articles

Back to top button