Breaking PLUSଓଡ଼ିଶାମୁଖ୍ୟ ଖବର

ପରଲୋକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା

ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ । ୪୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସାନ ଭାଇ ମନୋଜ ଜେନା ଏହି ସୂଚନା ଦେଇଛନ୍ତି।

ସଂଗ୍ରାମ ଜେନା କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ବହୁ ଦିନ ତାଙ୍କର ଭୁବନେଶ୍ୱରରେ ଚିକିତ୍ସା ହୋଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଗତ ମେ ୨୩ ତାରିଖରେ ତାଙ୍କୁ ଭୁବନେଶ୍ୱରରୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରରେ ଇକମୋ ଚିକିତ୍ସା ଉପଲବ୍ଧ ନଥିବାରୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଭୁବନେଶ୍ୱରରେ ଭେଣ୍ଟିଲେଟରରେ ପାଖାପାଖି ୩ ସପ୍ତାହ ଚିକିତ୍ସିତ ହୋଇଥିଲେ ସଂଗ୍ରାମ।

Show More

Related Articles

Back to top button