ଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଗୋଖାଦ୍ୟ ଦୁର୍ନୀତିକୁ ନେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ

ଗତ ଏପ୍ରିଲରେ ଜାମିନ ମିଳିଥିଲା

ପାଟନା :  ଗୋଖାଦ୍ୟ ଦୁର୍ନୀତିକୁ ନେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ବେଆଇନ ଭାବେ ଉଠାଣ କରିଥିଲେ । ଏହି ମାମଲାରେ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହେଇଛନ୍ତି । ଏହି ମାମଲାରେ ୫୭୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ୫ ରାଜ୍ୟର ବିଧାନସଭାରୁ ଫାଇଦା ନେବା ପାଇଁ କେନ୍ଦ୍ର ସରକାର ଏଭଳି କରୁଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି। ୨୬ ବର୍ଷ ପୁରୁଣା ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ  ସମେତ ଆଉ ୭୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ପ୍ରମାଣ ଅଭାବରୁ ୨୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଏବଂ ୬ ଜଣ ଫେରାର ଅଛନ୍ତି ।

ଏହା ଲାଲୁଙ୍କ ଗୋଖାଦ୍ୟ ଦୁର୍ନୀତି ସହିତ ଜଡ଼ିତ ଥିବା ପଞ୍ଚମ ମାମଲା ଅଟେ । ଏହାପୂର୍ବରୁ ଚାରିଟି ଚୋରାଚାଲାଣ ମାମଲାରେ କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ମୋଟ ସାଢ଼େ ୨୭ ବର୍ଷ ଜେଲ୍‌ ଦଣ୍ଡାଦେଶ ସହିତ ଏକ କୋଟି ଟଙ୍କା ଜୋରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ୨୦୧୭ ଡିସେମ୍ବରରୁ ସେ ଜେଲରେ ଥିଲେ । ଗତ ଏପ୍ରିଲରେ ତାଙ୍କୁ ଜାମିନ ମିଳିଥିଲା ।

ପ୍ରଥମେ ୧୭୦ ଜଣଙ୍କ  ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏଥିମଧ୍ୟରୁ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟି ସାରିଛି। ପ୍ରତିପକ୍ଷଙ୍କ ଦ୍ୱାରା ୨୫ ଜଣ ସାକ୍ଷୀ କୋର୍ଟରେ ସାକ୍ଷ୍ୟ ପାଇଁ ଉପସ୍ଥାପିତ ହୋଇଥିଲେ। ଏହି ମାମଲାର ଶୁଣାଣି ସମୟରେ କୋର୍ଟରେ ସିବିଆଇ ଦ୍ୱାରା ମୋଟ ୧୫ ଟି ଟ୍ରଙ୍କରେ ଭର୍ତ୍ତି ହୋଇଥିବା ଦସ୍ତାବିଜ୍‌ ଉପସ୍ଥାପନ କରାଯାଇଥିଲା।

Show More

Related Articles

Back to top button