ଓଡ଼ିଶାମୁଖ୍ୟ ଖବରଶିକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ : ମାର୍ଚ୍ଚ ୪ରେ ହେବ ପ୍ରବେଶିକା ପରୀକ୍ଷା

ମାର୍ଚ୍ଚ ୪ରେ ଷଷ୍ଠ, ସପ୍ତମ,ଅଷ୍ଟମ ଏବଂ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏଣ୍ଟ୍ରାନ୍ସ ଦେବେ

କଟକ: ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା  ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୪ରେ ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏଣ୍ଟ୍ରାନ୍ସ ଦେବେ । ଉକ୍ତ ପ୍ରବେଶିକା ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ମଙ୍ଗଳବାରଠୁ ବୋର୍ଡ ୱେବ୍‌ସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବଧ୍‌ ହେବ ବୋଲି ସୂଚନା ମିଳିଛି ।

ବୋର୍ଡ ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷାରେ ମଲ୍ଟିପୁଲ୍‌ ଚଏସ ପ୍ରଶ୍ନପତ୍ର ରହିବ। ସପ୍ତମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ ମାର୍କ ମଲ୍ଟିପୁଲ ଚଏସ୍ ଏବଂ ଷଷ୍ଠ ଶ୍ରେଣୀ ପାଇଁ ୫୨ ମାର୍କ ମଲ୍ଟିପୁଲ ପ୍ରଶ୍ନର ଉତ୍ତର ଦେବେ । ପରୀକ୍ଷାର୍ଥୀମାନେ ସେମାନଙ୍କ ନାଁ, ବାପାଙ୍କ ନାଁ ଏବଂ ଶ୍ରେଣୀ ଲେଖି ଏହି ୱେବ୍‌ସାଇଟ୍‌ରୁ ଆଡମିଟ୍‌ କାର୍ଡ ଅପଲୋଡ୍‌ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।  ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ ଇଂରାଜୀ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ରହିବ ।   ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ଲାଗି ପ୍ରବେଶିକା ପରୀକ୍ଷାରେ ଇଂରାଜୀ, ଓଡ଼ିଆ, ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ପ୍ରଶ୍ନପତ୍ର ରହିବ ।

ଉକ୍ତ ୩ଟି ଯାକ ଶ୍ରେଣୀ ପ୍ରବେଶିକା ପରୀକ୍ଷାର ମୋଟ ନମ୍ବର ୧୦୦ ରହିଛି । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ୧୨ଟା ଯାଏ ଚାଲିବ । ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ଓଏମ୍‌ଆର ଉତ୍ତର ସିଟ୍‌ରେ ବ୍ଲୁ ଏବଂ ବ୍ଲାକ୍‌ ପେନ୍‌ ବ୍ୟବହାର କରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button