Breaking PLUSଓଡ଼ିଶାବ୍ୟକ୍ତିତ୍ୱସେଲିବ୍ରିଟିସ୍ୱତନ୍ତ୍ର

୬୯ ବର୍ଷ ବୟସରେ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ନିଧନ

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ନିଧନ ଘଟିଛି

ମୁମ୍ବାଇ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ନିଧନ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଯୋଗୁଁ  କ୍ରିଟି କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା  । ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ମଙ୍ଗଳବାର ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଫଳସ୍ୱରୂପ ପୁଣିଥରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

ସୂଚନାଯୋଗ୍ୟ, ୧୯୫୨ ନଭେମ୍ବର ୨୭ରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିର ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ବାପି ଦା’ଙ୍କର ପ୍ରକୃତ ନାମ ହେଉଛି ଆଲୋକେଶ ଲାହିରି। ତାଙ୍କ ବାପା ମା’ ମଧ୍ୟ ଗାୟକ ଥିଲେ। ୩ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ। ପ୍ରାରମ୍ଭରେ ତାଙ୍କ ବାପା ମା’ ଥିଲେ ତାଙ୍କର ସଙ୍ଗୀତ ଗୁରୁ। ସେ ୭୦-୮୦ ଦଶକରେ ବଲିଉଡ୍‌କୁ ଏକରୁ ଅଧିକ ଆଇକନିକ ଗୀତ ଦେଇଛନ୍ତି ଭିନ୍ନ ଶୈଳୀ ହେତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଏକ ଭିନ୍ନ ତଥା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରପାରିିଥିଲେ। ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମର ପପୁଲାର ଗୀତ ‘ଆଇ ଆମ ଏ ଡିସ୍କୋ ଡାନ୍ସର୍‌’ ଏବେ ବି ମନେ ରଖିଛନ୍ତି। ଏହି ଗୀତରେ ବାପି ଦା’ ନିଜର ସ୍ବର ଦେଇଥିବା ବେଳେ ଏଥିରେ ସେ ଘରେ ଘରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ। ଏହାପରେ ବାପି ଦା’ଙ୍କୁ ଡିସ୍କୋ କିଙ୍ଗ୍‌ ଭାବେ ପରିଚୟ ମିଳିଥିଲା।

ଫିଲ୍ମ ଚଲେତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବି, ‘ଜଖ୍ମୀ’, ‘ଆପ କି ଖାତିର’, ‘ହିମତ୍ୱାଲା’, ‘ଘାୟଲ’, ‘ଆଜ୍‌ କା ଅର୍ଜୁନ’, ‘ସୈଲାବ’, ‘ଦ ଡାର୍ଟି ପିକ୍ଚର’, ‘ଗୁଣ୍ଡେ’ ଓ ‘ବାଗୀ ୩’ ଭଳି ଅନେକ ହିନ୍ଦୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ। ଅନେକ ଫିଲ୍ମରେ ସେ ନିଜେ ମଧ୍ୟ ଗୀତ ଗାଇଥିଲେ। ହିନ୍ଦୀ, ବଙ୍ଗାଳି, ତେଲୁଗୁ, କନ୍ନ ଓ ଗୁଜରାଟି ଆଦି ଭାଷାରେ ପ୍ରାୟ ୧୫୦ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୮୦ ଦଶକ ଆରମ୍ଭରେ ଡିସ୍କୋ ଟ୍ରେଣ୍ଡ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ୧୯୮୪ରେ ରିଲିଜ ହୋଇଥିବା ଫିଲ୍ମ ‘ଶରାବି’ ପାଇଁ ବାପି ଦା’ଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୮ରେ ତାଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ତାଙ୍କର ମୃତ୍ୟୁ ପାଇଁ ସଂଗୀର ଜଗତ ମର୍ମାହତ ।

Show More

Related Articles

Back to top button