Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କୋଭିଡ କଟକଣା ମଧ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ରାଜ୍ୟ ନର୍ବାଚନ କମିଶନରଙ୍କ ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କଡା ସୁରକ୍ଷା ମଧ୍ୟରେ ଶେଷ ହୋଇଛି । ରାଜ୍ୟ ନର୍ବାଚନ କମିଶନରଙ୍କ ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି ।

ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ବୁଥ୍ ଆଗରେ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟରମାନଙ୍କ ଲମ୍ବା ଲାଇନ୍ ଲାଗିଥିଲା ।

୩୦ଟି ଜିଲ୍ଲାର ୧,୬୬୯ ଗ୍ରାମ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ୭୧ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। କୋଭିଡ ନିୟମ ପାଳନ କରାଯାଇ କେନ୍ଦ୍ରଗୁଡ଼ିକରେ ମତଦାନ କରାଯାଇଛି। ଏହି ନିର୍ବାଚନରେ କେବଳ ପ୍ରାର୍ଥୀ ନୁହନ୍ତି ଟାଣୁଆ ନେତାଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା ହୋଇଛି। ଭୋଟ ଗ୍ରହଣ ସରିବା ପରେ ବାଲାଟ୍ ବାକ୍ସ ଗୁଡିକ ସିଲ କରାଯାଇ ବ୍ଲକ୍ ହେଡକ୍ୱାଟର୍ସର ଷ୍ଚ୍ରଙ୍ଗ ରୁମ୍ କୁ ନିଆଯାଇଛି ।

ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ଆସନ୍ତା ଫେବ୍ରୁଆରି ୧୮ରେ ଦ୍ଵିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଏବଂ ୨୪ ତାରିଖ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ। ଆସନ୍ତା ୨୬, ୨୭ ଏବଂ ୨୮ ତାରିଖ ଭୋଟ ଗଣତି କରାଯିବ।

Show More

Related Articles

Back to top button