ସ୍ୱାସ୍ଥ୍ୟ

ୱାର୍କ ଫ୍ରମ ହୋମ୍ କାରଣରୁ ଓଜନ ବୃଦ୍ଧି ହୋଇ ଯାଉଛି କି?

ଏହି ଉପାୟ ଦ୍ୱାରା କରନ୍ତୁ ଓଜନ ହ୍ରାସ

ଆମ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କରୋନା ସମୟରେ ୱାର୍କ ଫ୍ରମ ହୋମ ଯୋଗେ ଅଫିସ କାର୍ଯ୍ୟ ପୁରା କରୁଛନ୍ତି l ଘରେ ବସି ବସି କମ୍ପ୍ୟୁଟର ଆଗରେ ଅଫିସ କାମ କରୁଥିବା କାରଣରୁ ଓଜନ ବୃଦ୍ଧି ହେଉଛି l ଯେଉଁ କାରଣରୁ ବିଭିନ ଶାରୀରିକ ସମସ୍ୟା ମଧ୍ୟ ଦେଖା ଯାଉଛି l କାରଣ ଏହି ସମୟରେ ଆମେ ନିଜର ଦୈନନ୍ଦିନ ରୁଟିନ କୁ ଫଲୋ କରୁ ନାହୁଁ l ଏହା ଓଜନ ବୃଦ୍ଧିର କାରଣ ହେଉଛି l ତା ସହିତ ଏହା ମାନସିକ ଚାପର କାରଣ ମଧ୍ୟ ହେଉଛି l ଏପରି କିଛି ଉପାୟ ଆମର ହେଲ୍ଥ ଏକ୍ସପର୍ଟ ମାନେ ଦେଇଛନ୍ତି ଯାହା ଆପଣଙ୍କ ଓଜନ କୁ ନିୟନ୍ତ୍ରିତ କରି ପାରିବ l
* ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ୱାର୍କ ଫ୍ରମ ହୋମ୍ ସମୟରେ ପାଣି ପିଇବା ମାତ୍ରା ଅଧିକ ବଢ଼ାଇ ଦିଅନ୍ତୁ l ପାଣି ଆପଣଙ୍କ ଭୋକ କୁ ନିୟନ୍ତ୍ରିତ କରିଥାଏ ଓ ଓଜନ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ସାଧାରଣତଃ ଆମେ ଘରେ ରହିଲେ ପାଣି କମ ପିଇ ଥାଉ l ଏହି କାରଣରୁ ମୋଟାପଣ ର ଶିକାର ହୋଇଥାଉ l ତେଣୁ ପ୍ରତିଦିନ ଆମେ ୭ରୁ ୮ ଗ୍ଲାସ ପାଣି ପିଇବା ଆବଶ୍ୟକ l

* ୱାର୍କ ଫ୍ରମ ହୋମ ସମୟରେ କିଛିଟା ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ l ଯେପରିକି ତୈଳଯୁକ୍ତ ଖାଦ୍ୟ,ମୈଦା ଯୁକ୍ତ ଖାଦ୍ୟ,ମିଠା ଜିନିଷ ଏହିସବୁ ଠାରୁ ଦୁରେଇ ରହିବା ଉଚିତ l ଏହିସବୁ ଖାଦ୍ୟ କୁ ନଖାଇ ଅଧିକ ପରିମାଣରେ ଫଳ, ବଏଲ ଭେଜିଟେବୁଲସ ଇତ୍ୟାଦି ସେବନ କରନ୍ତୁ l ଯାହାଦ୍ୱାରା ଶରୀର ସୁସ୍ଥ ରହିବ l
* ସାନ୍ଧ୍ୟ ଭ୍ରମଣ ନିହାତି ଜରୁରୀ l ଯେବେବି ଆପଣ ସାନ୍ଧ୍ୟ ଭ୍ରମଣ କରୁଛନ୍ତି ଖାଲି ପାଦ ରେ କରନ୍ତୁ l ଏହାଦ୍ୱାରା ଉତେଜନା ହ୍ରାସ ପାଇବା ସହ ରାତିରେ ଭଲ ନିଦ ହେବ l ତା ସହିତ ଓଜନ ମଧ୍ୟ ହ୍ରାସ ହେବ l ରାତିରେ ସର୍ବଦା ହାଲୁକା ଖାଦ୍ୟ ଖାଇବା ଉଚିତ ଓ ରାତି ୮ଟା ସୁଧା ରାତ୍ରି ଭୋଜନ ସମ୍ପୂର୍ଣ କରନ୍ତୁ l

Show More

Related Articles

Back to top button