ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ପାନ ପତ୍ରର ଔଷଧୀୟ ଗୁଣ ବିଷୟରେ

ଓଜନ ହ୍ରାସ ସହିତ ବିଭିନ୍ନ ରୋଗରୁ ଦୂରେଇ ରଖିଥାଏ

ଆମ ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ପାନ ର ଚାହିଦା ରହିଛି । ଏହାକୁ ପ୍ରାୟ ସମସ୍ତେ ବିଭିନ୍ନ ମସଲା ଦ୍ଵାରା ଖାଇବାକୁ ପସନ୍ଦ କରି ଥାଆନ୍ତି । କେହି କେହି ସାଧା ଓ ଅନ୍ୟ କେହି କଡ଼ା ପାନ ଖାଇବାକୁ ଈଛା କରନ୍ତି । ପାନ କେବଳ ପାଟିର ସ୍ଵାଦ ପାଇଁ ଖାଇ ନଥାଆନ୍ତି । ଏହାର ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି ।
* ଶ୍ୱାସ କ୍ରିୟା ସମ୍ବନ୍ଧୀୟ ସମସ୍ୟା ପାଇଁ – ସର୍ଦ୍ଦି, କାଶ ଭଳି ସମସ୍ୟାକୁ ଠିକ୍ କରିବା ପାଇଁ ପାନ ପତ୍ରର ବ୍ୟବହାର କରାଯାଏ । ଛାତିରେ କଫ ଜମିବା ସମୟରେ ପାନପତ୍ର ବ୍ୟବହାର କରିବା ଉଚିତ୍ । ସେଥିପାଇଁ ଆପଣ ପାନ ପତ୍ର , ଲବଙ୍ଗ,ଗୁଜୁରାତି କୁ ପାଣି ରେ ଫୁଟାଇ ନିୟମିତ ସେବନ କରିବା ଉଚିତ୍ । ଏହାଦ୍ବାରା ସର୍ଦ୍ଦି କାଶ ରୁ ଆରମ ମିଳିବ ।
* ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟା ପାଇଁ – ଯଦି ଆପଣ ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟା ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ତେବେ ନିୟମିତ ଭାବରେ ପାନ ପତ୍ରକୁ ପାଣିରେ ଫୁଟାଇ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଦେଖିବେ ଏହାଦ୍ବାରା ଆପଣଙ୍କ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ ।

* ଓଜନ ହ୍ରାସ କରାଇ ଥାଏ : ଓଜନ ବୃଦ୍ଧି ଆଜିକାଲିର ଗୋଟିଏ ବଡ଼ ସମସ୍ୟା । ଗବେଷକ ମାନଙ୍କ ମତରେ ଯଦି ଆମେ ନିୟମିତ ଭାବରେ ପାନ ପତ୍ରକୁ ଛେଚି ତାର ରସକୁ ମହୁ ସହିତ ମିଶାଇ ଖାଇ ଉଷୁମ୍ ପାଣି ସେବନ କରିବା ଓଜନ ହ୍ରାସ ହୋଇଥାଏ ।
* କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ – ପାନ ପତ୍ର କୁ ବାଟି ଦହି ସହିତ ମିଶାଇ ସପ୍ତାହକୁ ଥରେ ମାତ୍ର ଲଗାଇଲେ କେଶ୍ ଝଡ଼ିବା ସମସ୍ୟା ଦୂର ହୋଇଥାଏ । ଏହାକୁ ଲଗାଇ ୧ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡରେ ରଖନ୍ତୁ । ଏହାପରେ କେଶ କୁ ଉଷୁମ୍ ପାଣି ରେ ଧୋଇ ନିଅନ୍ତୁ । କେଶ ଝଡ଼ିବା ସମସ୍ୟା ଦୂର ହେବ ।

Show More

Related Articles

Back to top button