ସ୍ୱାସ୍ଥ୍ୟ

ନିଜ ବ୍ଲଡ଼ ଗ୍ରୁପ୍ ଅନୁଯାୟୀ ଆମିଷ ସେବନ କରିବା ଉଚିତ୍ ଓ ନିଜକୁ ସୁସ୍ଥ ରଖିବା ଆବଶ୍ୟକ

ଆମ ଭିତରେ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ନିରାମିଷ ଭୋଜନ କରୁଥିବେ । ପ୍ରାୟ ଅଧିକାଂଶ ଲୋକ ଆମିଷ ଭୋଜନ କରିବାକୁ ପସନ୍ଦ କରି ଥାଆନ୍ତି । କିନ୍ତୁ ଅଧିକ ଆମିଷ ଭୋଜନ କରିବା ମଧ୍ୟ ଶରୀର ପକ୍ଷରେ କ୍ଷତି କାରକ ଅଟେ ।

ଗବେଷଣା ରୁ ଜଣା ପଡ଼ିଛି ଯେ କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଅଧିକ ଆମିଷ ଭୋଜନ କରିବା ଉଚିତ୍ ନୁହେଁ । ସେହିଭଳି ପୌଷ୍ଟିକ ଆହାର ଶରୀର ପକ୍ଷରେ ନିହାତି ଆବଶ୍ୟକ । ଗବେଷକ ମାନଙ୍କ ମତରେ ଯଦି ବ୍ଲଡ଼ ଗ୍ରୁପ୍ ହିସାବରେ ଉପଯୁକ୍ତ ଖାଦ୍ୟ ଖାଇବା ତେବେ ଆମ ଶରୀର ସୁସ୍ଥ ରହିବ ।ଗବେଷକ ମାନେ କହିଛନ୍ତି ଯେ ଖାଦ୍ୟ ସହିତ ଆମ ବ୍ଲଡ଼ ଗ୍ରୁପ୍ ର ସିଧାସଳଖ କନେକ୍ସନ୍ ରହିଛି ।
* ବ୍ଲଡ଼ ଗ୍ରୁପ୍ ୪ପ୍ରକାରର ରହିଥାଏ । ଓ, ଏ, ବି, ଏବି । ଆସନ୍ତୁ ଆଜି ଜାଣିବା କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି କଣ ଖାଦ୍ୟ ଖାଇବା ଉଚିତ୍ ।
* ‘ ଓ ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ । ଯେପରିକି ପ୍ରୋଟିନ ଯୁକ୍ତ ବିଭିନ୍ନ ଶସ୍ୟ ସହିତ ମାଛ, ମାଂସ ଓ ଡାଲି ଜାତୀୟ ଖାଦ୍ୟ ।
* ‘ ଏ ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ସବୁଜ ପନିପରିବା ଅଧିକ ଖାଇବା ଆବଶ୍ୟକ । ଯେପରିକି ଶାଗ ଜାତୀୟ ଖାଦ୍ୟ ନିୟମିତ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଓ ଶରୀର ସୁସ୍ଥ ରହିଥାଏ । ଏ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ଙ୍କ ଇମ୍ୟୁନ୍ ସିଷ୍ଟମ ଅଧିକ ସମ୍ବେଦନଶୀଳ ହୋଇଥାଏ ତେଣୁ ଏମାନେ ଅଧିକ ଆମିଷ ଖାଇବା ଉଚିତ୍ ନୁହେଁ ।

* ‘ ବି ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଚିକେନ, ମଟନ୍ , ମାଛ, ଫଳ ମୂଳ ଓ ପନି ପରିବା ସବୁ କିଛି ଖାଇବା ଉଚିତ୍ । ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିଙ୍କ ପାଚନ ତନ୍ତ୍ର ଖୁବ୍ ମଜବୁତ୍ ହୋଇଥିବା କାରଣରୁ ସେମାନଙ୍କ ଶରୀରରେ ଚର୍ବି ବୃଦ୍ଧି ଅଧିକ ହୋଇ ନଥାଏ ।
* ‘ ଏ ବି ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ନିଜ ସ୍ବାସ୍ଥ୍ୟ କୁ ନେଇ ସଚେତନ ରହିବା ଉଚିତ୍ । ଏମାନେ ଯେବେବି ଖାଦ୍ୟ ଖାଉଛନ୍ତି ସେତେବେଳେ ଟିକେ ସତର୍କ ରହିବା ଉଚିତ୍ । ଏମାନେ ଶସ୍ୟ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।

Show More

Related Articles

Back to top button