ସ୍ୱାସ୍ଥ୍ୟ

ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ଏହି ୫ଟି ଭିଟାମିନ୍

ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ କଣ?

ମହିଳାମାନେ ଜୀବନର ଅନେକ ପର୍ଯ୍ୟାୟ ଦେଇ ଗତି କରନ୍ତି, ଯେପରିକି ପିରିୟଡସ୍, ଗର୍ଭଧାରଣ ଏବଂ ବୃଦ୍ଧାବସ୍ଥା । ଏହି ସବୁ ପର୍ଯ୍ୟାୟ ପାଇଁ ସେମାନେ ବିଭିନ୍ନ ପ୍ରକାରର ଭିଟାମିନ୍ ଆବଶ୍ୟକ କରନ୍ତି । ସେଥିମଧ୍ୟରୁ ପାଞ୍ଚଟି ସ୍ୱତନ୍ତ୍ର ଭିଟାମିନ୍ ରହିଛି ଯାହା ମହିଳା ମାନଙ୍କ ପାଇଁ ନିହାତି ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ସେହି ଭିଟାମିନ୍ ଗୁଡିକ ।
ଭିଟାମିନ-ଡି :

ମହିଳାମାନଙ୍କ ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯଦି ମହିଳାମାନଙ୍କର ଭିଟାମିନ୍ ଡି ଅଭାବ ଥାଏ, ତେବେ ସେମାନେ କର୍କଟ, ମଧୁମେହ ଏବଂ ଆଜମା ଭଳି ରୋଗରେ ଆକ୍ରାନ୍ତ ହୁଅନ୍ତି । ଅଧିକାଂଶ ମହିଳାଙ୍କଠାରେ ଭିଟାମିନ୍ ଡି ଅଭାବ ହେତୁ ହାଡରେ ଯନ୍ତ୍ରଣା ହୁଏ । ମାଛ, କୁକୁଡ଼ା, ସୂର୍ଯ୍ୟ କିରଣ ଏବଂ ଛତୁରେ ଭିଟାମିନ୍ ଡି ବହୁ ପରିମାଣରେ ମିଳିଥାଏ । ମହିଳାମାନେ ସେମାନଙ୍କ ଖାଦ୍ୟରେ ଏହିଗୁଡିକ ଅନ୍ତର୍ଭୁକ୍ତ କରିବା ଜରୁରୀ ।

ଭିଟାମିନ୍-କେ :

ଭିଟାମିନ୍ କେ ଅନେକ ରୋଗ ଦୂର କରିଥାଏ । କିନ୍ତୁ ଏହା ହୃତପିଣ୍ଡ ପାଇଁ ବିଶେଷ ଲାଭଦାୟକ ହୋଇଥାଏ । ଏହା ହୃଦରୋଗର ଆଶଙ୍କା ହ୍ରାସ କରିଥାଏ, ହାଡକୁ ଶକ୍ତିଶାଳୀ କରିଥାଏ । ଏହାର ଅଭାବ ଋତୁସ୍ରାବରେ ଅତ୍ୟଧିକ ରକ୍ତସ୍ରାବର ସମସ୍ୟା ସୃଷ୍ଟି କରେ । ପ୍ରତ୍ୟେକ ମହିଳାଙ୍କୁ ନିଜ ଖାଦ୍ୟରେ ଭିଟାମିନ୍ କେ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଏହାର ମୁଖ୍ୟ ଉତ୍ସ ହେଉଛି ସବୁଜ ପନିପରିବା, ମାଛ, ଏବଂ ମାଂସ ।

ଭିଟାମିନ୍-ବି ୧୨ :

ଶରୀର ପାଇଁ ଭିଟାମିନ୍ B12 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଯାହା ଖାଇଥାଉ, ଏହା ଗ୍ଲୁକୋଜରେ ପରିଣତ ହୋଇ ଆମ ଶରୀରକୁ ଶକ୍ତି ଯୋଗାଇଥାଏ । ଏହା ମଧ୍ୟ ମେଟାବୋଲିଜିମ୍ ବୃଦ୍ଧି କରିଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶକ୍ତି ଆବଶ୍ୟକ କରନ୍ତି । ତେଣୁ, ସେମାନେ ଏହି ଭିଟାମିନ୍ ର ଅଧିକ ଆବଶ୍ୟକ କରନ୍ତି । ମାଛ, ମାଂସ, ଚିକେନ୍, ଅଣ୍ଡା, କ୍ଷୀର କିମ୍ବା ଦୁଗ୍ଧ ପଦାର୍ଥରେ ଏହା ପ୍ରଚୁର ପରିମାଣରେ ମିଳିଥାଏ ।

ଫୋଲିକ୍ ଏସିଡ୍ :

ଗର୍ଭବତୀ ମହିଳାମାନଙ୍କ ପାଇଁ ଫୋଲିକ୍ ଏସିଡ୍ ଅତ୍ୟନ୍ତ ଜରୁରୀ । ଏହା ସ୍ନାୟୁଗତ ସମସ୍ୟା ଏବଂ ଅନ୍ୟାନ୍ୟ କ୍ରନିକ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହାର ମୁଖ୍ୟ ଉତ୍ସ ହେଉଛି ସବୁଜ ପତ୍ରଯୁକ୍ତ ପନିପରିବା ଯେପରିକି ପାଳଙ୍ଗ, ମେଥି, ଲେମ୍ବୁ, ମଟର, ଖରଭୁଜ, କମଳା, କଦଳୀ, ଷ୍ଟ୍ରବେରି ଏବଂ ଅଙ୍ଗୁର । ଏହା ବ୍ୟତୀତ ଏହା ଅଟା, ଚାଉଳ, ବ୍ରେଡ୍ ରେ ମଧ୍ୟ ମିଳିଥାଏ ।

ମ୍ୟାଗ୍ନେସିୟମ୍ :

ବୃଦ୍ଧ ମହିଳାଙ୍କ ପାଇଁ ମ୍ୟାଗ୍ନେସିୟମ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଏବଂ ମନୋବଳକୁ ଭଲ ରଖିଥାଏ । ଏହି ଭିଟାମିନ୍ PMS ପାଇଁ ମଧ୍ୟ ଆବଶ୍ୟକ । ଏହା ତେଲ, କଦଳୀ, ମାଛ, ସୋୟାବିନ୍ ଆଭୋକାଡୋ, ଗହମ ଏବଂ ଟୋଫୁରେ ମିଳିଥାଏ ।

Show More

Related Articles

Back to top button