ଦେଶ ବିଦେଶମୁଖ୍ୟ ଖବର

୧୭ରୁ ନାଇଟ୍ କର୍ଫ୍ୟୁ

ଛତିଶଗଡ ସୀମାନ୍ତ ଜିଲ୍ଲାରେ ସନ୍ଧ୍ୟା ୬ରୁ ସବୁ ବନ୍ଦ

ଓଡିଶାକୁ ଫେରିଲା କୋଭିଡ୍ କଟକଣା । ଲାଗିଲା ନାଇଟ୍ କର୍ଫ୍ୟୁ । ରାଜ୍ୟରେ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବା ବେଳେ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଛନ୍ତି। ଛତିଶଗଡ଼ ସୀମାରେ ଥିବା ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସହରାଞ୍ଚଳରେ ଶନିବାରଠାରୁ ନାଇଟ କର୍ଫ୍ୟୁ ସମୟ ସନ୍ଧ୍ୟା ୬ରୁ ସକାଳ ୫ ଯାଏ କରାଯାଇଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଓଡ଼ିଶାର ସମସ୍ତ ଜିଲ୍ଲାର ଥିବା ସହରାଞ୍ଚଳରେ ଶନିବାରଠୁ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ହେବ।

ଉପରୋକ୍ତ ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସମସ୍ତ ସହରରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ। ଶନିବାର ଏବଂ ରବିବାର ଓ୍ବିକ୍‌ଏଣ୍ଡ ସଟ୍‌ଡାଉନ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କଟକଣା ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି।କ୍ଷୀର, ଗ୍ରୋସରି, ଡେଲିଭରି, ମେଡିସନ୍‌ ଆଦି ଚାଲୁ ରହିବ। ଏଥିପାଇଁ ସେମାନେ ନିଜର ପରିଚୟ ପତ୍ର ଦେଖାଇବେ। ଏଥିପାଇଁ କୌଣସି ସ୍ବତନ୍ତ୍ର ପରିଚୟ ପତ୍ର ଦରକାର ନାହିଁ। ନାଇଟ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ିକୁ ରୋକାଯାଇପାରିବ ନାହିଁ। ଦଶମ ଏବଂ +୨ ପରୀକ୍ଷା ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷାନୁଷ୍ଠାନ​‌ରେ ୧୯ ତାରିଖ ଠାରୁ ଅନଲାଇନ୍‌ କ୍ଲାସ ଆରମ୍ଭ ହେବ। କୋଚିଂ ସେଣ୍ଟରରେ ଅଫଲାଇନ୍‌ କ୍ଳାସ ହେବ ନାହିଁ।

Show More

Related Articles

Back to top button