ବାଣିଜ୍ୟ

SBI ଗ୍ରାହକଙ୍କ ଲାଗି ଜରୁରି ଖବର!

ଶନିବାର ଓ ରବିବାର ୩୦୦ ମିନିଟ୍ ବନ୍ଦ ରହିବ ଅନଲାଇନ ଓ ଅଫଲାଇନ ସେବା

ଯଦି ଆପଣଙ୍କ ଖାତା ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ରେ ଅଛି ତେବେ ଏହି ଖବର ଆପଣଙ୍କ ଲାଗି ଜରୁରି। କାରଣ ଶନିବାର ଓ ରବିବାର ଛୁଟି ଯୋଗୁ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ଏଥିରେ ଗ୍ରାହକଙ୍କ ଲାଗି ୫ ଘଣ୍ଟା ପର୍ଯ୍ୟନ୍ତ ଏସବିଆଇ ଗ୍ରାହକ ଇଣ୍ଟରନେଟ୍ ସେବା, ୟୋନୋ, ୟୋନୋ ଲାଇଟ, ୟୁପିଆଇ ଓ ମୋବାଇଲ ବ୍ୟାଙ୍କିଙ୍ଗ ଉପଲବ୍ଧ କରିପାରିବେନି। ଏସବିଆଇଙ୍କ ଅନୁସାରେ ଶନିବାରରୁ ରବିବାର ମଧ୍ୟରେ ଗ୍ରାହକ ମୋଟ ୩୦୦ ମିନିଟ୍ ପର୍ଯ୍ୟନ୍ତ କୌଣସି ପ୍ରକାର ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ ନାହିଁ। ଏ ବାବଦରେ ଏସବିଆଇ ତାଙ୍କ ଅଧିକାରୀକ ହ୍ୟାଣ୍ଡଲେ ମଧ୍ୟ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏଥିରେ ବ୍ୟାଙ୍କ ଗ୍ରହକମାନଙ୍କୁ ସହଯୋଗ କରିବା ନିମନ୍ତେ ନିବେଦନ କରିଛନ୍ତି। ୧୧ ଡିସେମ୍ବର ୨୦୨୧ ରାତି ୧୧ଟା ୩୦ ମିନିଟରୁ ୧୨ ଡିସେମ୍ବର ସାଢେ ୪ଟା ପର୍ଯ୍ୟନ୍ତ ଏହି ସେବା ପ୍ରଦାନରେ ବାଧା ସୃଷ୍ଟି ହେବ।

ବ୍ୟାଙ୍କର ଆଇଟି ସେବାକୁ ଉନ୍ନତ କରିବା ପାଇଁ ଏହି ସମୟରେ କାର୍ଯ୍ୟ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହି ଅବଧିରେ ଗ୍ରାହକ ଏଟିଏମରୁ ଟଙ୍କା ଉଠାଣ କରିପାରିବେ। ସାରା ଦେଶରେ ଏସବିଆଇଙ୍କ ୨୨ ହଜାରରୁ ଅଧିକ ଶାଖା ଥିବା ବେଳେ ୫୭ ହଜାର ୮୮୯ରୁ ଅଧିକ କାର୍ଯ୍ୟକ୍ଷମ ଏଟିଏମ ରହିଛି। ଏଣୁ ଗ୍ରାହକ ଏଟିଏମରୁ ଟଙ୍କା ଉଠାଇବାରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଇଛି। ତେବେ ଆଇଏନବି, ୟୋନୋ, ୟୋନୋ ଲାଇଟ, ୟୋନୋ ବିଜନେସ୍ ଓ ୟୁପିଆଇରେ କୌଣସି ପ୍ରକାରର କାରବାର ଉପଲବ୍ଧ ହେବ ନାହିଁ। ଏଥିପାଇଁ ବ୍ୟାଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଏହି ସେବାଗୁଡିକର ବନ୍ଦ ରହିବାର କାରଣ ମେଣ୍ଟେନାନସ ବୋଲି କୁହାଯାଇଛି। ଦେଶରେ ଏସବିଆଇଙ୍କ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ୮.୫ କୋଟି ଲୋକ ଉପଯୋଗ କରୁଛନ୍ତି। ସେହିପରି ୧.୯ କୋଟି ଲୋକେ ମୋବାଇଲ ବ୍ୟାଙ୍କିଙ୍ଗ ସେବାର ଲାଭ ନେଉଛନ୍ତି। ଏଥିରେ ୟୋନୋର ପଞ୍ଜିକୃତ ଗ୍ରାହକଙ୍କ ସଂଖ୍ୟା ୩.୪୫ କୋଟିକୁ ପାର ହୋଇଯାଇଛି।

Show More

Related Articles

Back to top button