ବାଣିଜ୍ୟ

ଏଲନ ମସ୍କ: ‘ଭାବୁଛି ଚାକିରୀ ଛାଡିଦେବି’!

twitterରେ ଆସିଲା ବିକଳ୍ପ କ୍ୟାରିୟରର ପରାମର୍ଶ

ବିଲିୟୋନେୟର ଏଲନ ମସ୍କ ପୁଣି ଥରେ ତାଙ୍କ ଫଲୋଅରଙ୍କୁ ଚିନ୍ତାରେ ପକେଇଛନ୍ତି। ଏଥର ମସ୍କ ସେ କରୁଥିବା କାମ ଛାଡି ଦେଇ ‘ଇନଫ୍ଲୁଏନସର’ ହେବାକୁ ବିଚାର କରୁଥିବା କହିଛନ୍ତି। ତେବେ ଏ ବାବଦେ ସେ ତାଙ୍କ ଫଲୋଅରଙ୍କ ରାୟ ଚାହିଁବା ଏବେ ଅନେକଙ୍କୁ ଅଡୁଆରେ ପକାଇ ଦେଇଛି। ଗତ ଦିନରେ ସେ ତାଙ୍କ ସେୟାର ନେଇ ଫଲୋଅରଙ୍କ ରାୟ ଚାହିଁଥିଲେ। ଆମେରିକା ସରକାରଙ୍କ ନୀତିରେ ତାଙ୍କ ସେୟାରର କଣ କରାଯିବା ଉଚିତ ବୋଲି ଟ୍ୱିଟ୍‌ରେ ଲୋକଙ୍କ ପରାମର୍ଶ ମାଗିଥିବା ବେଳେ ସେହି ଅନୁରୂପ କାମ ବି କରିଥିଲେ। ହେଲେ ଏଥର ମସ୍କଙ୍କ ପ୍ରଶ୍ନ ବାସ୍ତବିକ ତାଙ୍କ ଫଲୋଅରଙ୍କୁ ଜଟିଳତାରେ ପକାଇଛି। ଏମିତିରେ ବି ମସ୍କ ଜଣେ ପ୍ରଭାବଶାଳୀ ଲୋକ, ତାଙ୍କର ଗୋଟିଏ ଟ୍ୱିଟ୍‌ ବିଶ୍ୱର ସେୟାର ବଜାରକୁ ପ୍ରଭାବିତ କରିପାରୁଥିବା ବେଳେ ବିଟ୍ କଏନର ମୂଲ୍ୟ ବଢେଇ ଦେଇପାରୁଛି।

ଏଥିରେ ସେ ଫୁଲଟାଇମ ଇନଫ୍ଲୁଏନସର ହୋଇ କରିବେ କଣ ବୋଲି ଲୋକେ ଚିନ୍ତାରେ ପଡିଛନ୍ତି। ଏ ବାବଦେ ଟେସ୍ଲା ସିଇଓଙ୍କ ନୂଆ ଟ୍ୱିଟ୍‌ ପୋଷ୍ଟ ହେବାର ମାତ୍ର କିଛି ମିନିଟ୍‌ରେ ଭାଇରାଲ ହୋଇ ଯାଇଛି। ଲୋକେ ହଜାର ହଜାର ପରାମର୍ଶ ଦେଉଛନ୍ତି। ଏଥିରେ ମିଷ୍ଟର ବିଷ୍ଟଙ୍କ ପରାରମର୍ଷ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଷ୍ଟର ବିଷ୍ଟ ବିଶ୍ୱର ସବୁଠୁ ଅଧିକ ଆୟ କରୁଥିବା ଜଣେ ୟୁ ଟ୍ୟୁବର ଓ ସେ ମସ୍କଙ୍କୁ ଏକ ୟୁ ଟ୍ୟୁବ ଚାନେଲ ଲାଗି ପରାମର୍ଶ ଦେଇଛନ୍ତି। ଏଥିଲାଗି ସେ ତାଙ୍କୁ ବୈଷୟିକ ପ୍ରଶିକ୍ଷଣ ଦେବା ଲାଗି ପ୍ରସ୍ତୁତ ବୋଲି କହିଛନ୍ତି। ଟ୍ୱିଟରର ଜଣେ ସକ୍ରିୟ ୟୁଜର ଏଲନମସ୍କଙ୍କ ଆକାଉଣ୍ଟରେ ୬୫ ନିୟୁତରୁ ଅଧିକ ଫଲୋଅର ଅଛନ୍ତି। ମସ୍କ ହିଁ ବିଶ୍ୱର ଏକମାତ୍ର ବ୍ୟକ୍ତି ଯିଏ ନିଜ ଫଲୋଅରଙ୍କ ସହ ଭାବର ଆଦାନ ପ୍ରଦାନ କରିଥାନ୍ତି। ସେ ବିଭିନ୍ନ ବିଷୟରେ ନିୟମିତ ତାଙ୍କର ବିଚାର ରଖୁଥିବା ବେଳେ ଫଲୋଅରମାନେ ତାଙ୍କୁ ଇମୋଜି, ଅନଲାଇନର ଓ ମିମସ୍‌ ରେ ଜବାବ ଦେବା ବାସ୍ତବିକ ମଜାଦାର।

Show More

Related Articles

Back to top button