ସ୍ୱାସ୍ଥ୍ୟ

ଫୁସଫୁସ ସହିତ ଅନେକ ରୋଗ ପାଇଁ ଲାଭଦାୟକ ଅଟେ ଓସ୍ତ ପତ୍ର

ଜାଣନ୍ତୁ ଏଥିରେ ଥିବା ଚମତ୍କାର ଗୁଣ

ଓସ୍ତ ଗଛକୁ କଳ୍ପ ବୃକ୍ଷ ମଧ୍ୟ କୁହାଯାଏ । ହିନ୍ଦୁ ଧର୍ମରେ ଓସ୍ତ ଗଛର ଅନେକ ମହତ୍ତ୍ଵ ରହିଛି ।ଏହାର ମହତ୍ତ୍ଵ ଧର୍ମ ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ଅଟେ ।ବିଶେଷ କରି ଓସ୍ତ ପତ୍ରରେ ଅନେକ ଗୁଣ ରହିଛି ।
ଆୟୁର୍ବେଦ ରେ କୁହାଯାଇଛି ଯେ ପ୍ରତିଦିନ ଓସ୍ତ ପତ୍ର ସେବନ କରିବା ଦ୍ୱାରା ଶରୀରରେ ଅକ୍ସିଜେନ୍ ର ସ୍ତର ବଢ଼ିଥାଏ ।ସେଥିପାଇଁ ଆପଣଙ୍କୁ ପ୍ରତୀକ ଦିନ ଓସ୍ତ ପତ୍ର ଦୁଇଟି ଚୋବାଇ ଖାଇବା ଆବଶ୍ୟକ ।ଏଥିରେ ରହିଛି କାର୍ବୋହାଇଡ୍ରେଟ ,ପ୍ରୋଟିନ, ଫ୍ୟାଟ୍,ଫାଇବର, କ୍ୟାଲସିୟମ,ଆଇରନ, କପର୍ ଓ ମ୍ୟାଗ୍ନେଶୀୟମ୍ ଭରି ରହିଛି ।
* ଫୁସଫୁସ ରେ କୌଣସି ପ୍ରକାରର ଫୁଲ ,ବିଶ୍ବାସ ନେବାକୁ କଷ୍ଟ ହେବା କିମ୍ବା କାଶ ହେବା ମାତ୍ରକେ ଆପଣ ଓସ୍ତ ପତ୍ର ସେବନ କରି ପାରିବେ ।ଏଥିରେ ଅର୍କର ବିଶେଷ ଗୁଣ ରହିଛି ,ଯାହା ଶ୍ୱାସ ରୋଗୀ ଓ ବ୍ରଙ୍କାଇଟିସ ରୋଗୀ ମାନଙ୍କ ପାଇଁ ଲାଭ ଦାୟକ ଅଟେ ।
* ଓସ୍ତପତ୍ର ରୋଗ ପ୍ରତିରୋଧ ଶକ୍ତିର କ୍ଷମତା ବଢ଼ାଇ ଥାଏ ।ବର୍ତମାନ ମହାମାରୀ ସମୟରେ ନିଜକୁ ସଂକ୍ରମରୁ ରକ୍ଷା କରିବା ପାଇଁ ପ୍ରତିରୋଧକ କ୍ଷମତା ବଢ଼ାଇବା ଉଚିତ୍ । ସେଥିପାଇଁ ଆପଣ ଓସ୍ତପତ୍ରକୁ ଏକ ବିକଳ୍ପ ଭାବରେ ସେବନ କରି ପାରିବେ

* ଅଧିକ ମଦ୍ୟପାନ କରିବା ଦ୍ୱାରା ପାକସ୍ଥଳୀ ଉପରେ ଏହାର ପ୍ରଭାବ ପଡିଥାଏ ।ପାକସ୍ଥଳୀ କୁ ସୁସ୍ଥ ରଖିବ ପାଇଁ ଓସ୍ତ ପତର ସେବନ କରିବା ଆବଶ୍ୟକ । ଓସ୍ତ ପତ୍ର ରେ ଏପରି ଗୁଣ ରହିଛି ଯାହା ଲିଭରକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । ତେଣୁ ଲିଭର ରୋଗୀମାନେ ପ୍ରତେକ ଦିନ ସକାଳୁ ଦୁଇଟି ଓସ୍ତ ପତର ସେବନ କରିବା ଉଚିତ୍ ।
* ଯଦି ଆପଣଙ୍କର କଫ ସମସ୍ୟା ରହିଛି ତେବେ ପ୍ରତେକ ଦିନ ଓସ୍ତ ପତ୍ରର ରସ ସେବନ କରନ୍ତୁ ।ଏଥିରେ ଥରେପେତିକ ତତ୍ତ୍ଵ ରହିଛି ,ଯାହା କଫ ସମସ୍ୟାରୁ ଆରାମ ଦେଇଥାଏ ।ଆପଣ ଓସ୍ତପତ୍ର କୁ ଶୁଖାଇ ଘିଅ ଦ୍ବାରା ସେବନ କରିବା ଦ୍ୱାରା ଅନେକ ପୁରୁଣା କାଶ କଫ ମଧ୍ୟ ଦୂର ହୋଇଯାଏ ।

Show More

Related Articles

Back to top button