ସ୍ୱାସ୍ଥ୍ୟ

ଶରୀର ପାଇଁ ସୁସ୍ଥ ଖାଦ୍ୟ ଯେତିକି ଆବଶ୍ୟକ ସୁସ୍ଥ ନିଦ୍ରା ମଧ୍ୟ ସେତିକି ଆବଶ୍ୟକ

ଜାଣନ୍ତୁ କଣ କହିଛି ଗବେଷଣା

ମଣିଷ ଶରୀର ପାଇଁ ନିଦର ଆବଶ୍ୟକତା ଖୁବ ରହିଛି ।ବିନା ନିଦରେ ଆମର କୌଣସି କାର୍ଯ୍ୟରେ ମନ ଲାଗିଥାଏ ।ପ୍ରାୟତଃ ନିଦ ଆସିବା ପୂର୍ବରୁ ସମସ୍ତେ ହାଇ ମାରି ଥାଆନ୍ତି ସେ ମଣିଷ ହୁଅନ୍ତୁ କିମ୍ବା ଜୀବଜନ୍ତୁ ।ଗଭୀର ନିଦରେ ଶୋଇବା ଦ୍ୱାରା ମଣିଷର ମାନସିକ ସ୍ତର ଶାନ୍ତ ରହିଥାଏ ।ମାନସିକ ସ୍ତର ଶାନ୍ତ ରହିବ ସହିତ ଉତେଜନା ମଧ୍ୟ କମ ହୋଇଥାଏ ।କିନ୍ତୁ ଆମେ ବେଳେ ବେଳେ ଶୋଇବା ପାଇଁ ଇଚ୍ଛା ରଖି ମଧ୍ୟ ସୋଇପରି ନଥାଉ ।ତାହା ଆମ ମାନସିକ ଚିନ୍ତାକୁ ଦୁଗୁଣିତ କରିବା ସହିତ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଦେଇଥାଏ ।ଆଜି ଆମେ ଜାଣିବା ନିଦ ସହିତ ଯୋଡି ହୋଇଥିବା କିଛିଟା ତଥ୍ୟ ବିଷୟରେ ।

* ଭଲ ନିଦ ଶରୀର ଓ ମସ୍ତିସ୍କ ଉଭୟ ପାଇଁ ହିତକର ।ଭଲରେ ଶୋଇବା ଦ୍ୱାରା ମସ୍ତିସ୍କ ଓ ଶରୀର ଉଭୟକୁ ଆରାମ ମିଳିବା ସହିତ ଚିନ୍ତା ମଧ୍ୟ କମ ହୋଇଥାଏ ଓ ମନରେ ଉତେଜନା ହ୍ରସପାଏ ।
* ଗୋଟିଏ ଗବେଷଣାରୁ ଜଣାପଡିଛି ଯେ ମଣିଷ ଭଲ ନିଦରେ ଶୋଇବା ଦ୍ୱାରା ତାର ଓଜନ ନିୟନ୍ତ୍ରିତ ହୋଇଥାଏ । ଯେଉଁ ଲୋକ ମାନଙ୍କର ନିଦ ଉପରେ ପ୍ରଭାବ ପଡିଥାଏ ସେମାନଙ୍କର ଓଜନ ଅନିୟନ୍ତ୍ରିତ ରହିଥାଏ ।

* ଯେତେବେଳେ ଆପଣ ଶାନ୍ତ ମନରେ ଭଲ ନିଦରେ ସୋଇ ଥାଆନ୍ତି ସେତେବେଳେ ଏହା ଆପଣଙ୍କର ମସ୍ତିସ୍କ ଉପରେ ପ୍ରଭାବ ପକାଇ ସ୍ମରଣ ଶକ୍ତି ବଢାଇ ଥାଏ ଓ ଏକାଗ୍ରତା ମଧ୍ୟ ବଢ଼ିଯାଇ ଥାଏ ।
* ଗବେଷଣାରୁ ଜଣାପଡିଛି ନିଦ୍ରା ହୀନତା ଆପଣଙ୍କର ପ୍ରତିରୋଧକ କ୍ଷମତା ଉପରେ ପ୍ରଭାବ ପକାଇ ଥାଏ । ତେଣୁ ରୋଗ ପ୍ରତିରୋଧ କ୍ଷମତା ବଢ଼ାଇବା ପାଇଁ ଶାନ୍ତ ମନରେ ଶୋଇବା ଆବଶ୍ୟକ ।ଅଧିକ ମାତ୍ରାରେ ଶୋଇବା ମଧ୍ୟ ଶରୀର ପାଇଁ ଠିକ୍ ନୁହେଁ ତେଣୁ ଶାରୀରିକ ପରିଶ୍ରମ ଅନୁସାରେ ମଣିଷ ଶୋଇବା ଉଚିତ୍ ।
* ଅଧିକାଂଶ ସମୟ ନିଦ୍ରା ହୀନତା ଅବସାଦ ର କାରଣ ହୋଇପାରେ । ଗବେଷକ ମାନଙ୍କ ମତରେ ଯେଉଁ ବ୍ୟକ୍ତି ମାନେ ଶାନ୍ତ ମସ୍ତିସ୍କ ଓ ଶାନ୍ତ ମନରେ ସୋଇ ଥାଆନ୍ତି ସେମାନେ ଦୀର୍ଘାୟୁ ହୋଇଥାନ୍ତି ।

Show More

Related Articles

Back to top button