ସ୍ୱାସ୍ଥ୍ୟ

ଶରୀର ପାଇଁ ଲାଭଦାୟକ ହୋଇଥାଏ ପ୍ଲମ୍, ଓଜନ କମାଇବା ସହିତ ଦେଇଥାଏ ଏହି ସବୁ ଫାଇଦା

ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡିକୁ ସମସ୍ତେ ପସନ୍ଦ କରିଥାନ୍ତି, ସେ ଆମ୍ବ ହେଉ କିମ୍ବା ତରଭୁଜ, ଏହି ଫଳଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥି ସହିତ, ଗ୍ରୀଷ୍ମ ଋତୁରେ ଆସୁଥିବା ପ୍ଲମ୍ ସ୍ୱାଦରେ ଯେତିକି ମିଠା ଏବଂ ସ୍ୱାଦିଷ୍ଟ ହୋଇଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ

ଡାକ୍ତରଙ୍କ ଅନୁଯାୟୀ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ, ଫାଇବର, ପୋଟାସିୟମ୍, କପର୍, ମାଙ୍ଗାନିଜ୍ ଏଥିରେ ଅଧିକ ମାତ୍ରାରେ ମିଳିଥାଏ। ଏଥି ସହିତ ଭିଟାମିନ୍ ବି, ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ଅଳ୍ପ ପରିମାଣରେ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…
କ୍ୟାନ୍ସର:

ପ୍ଲମରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରେ କ୍ୟାନ୍ସର କୋଷକୁ ବଢିବାକୁ ଦେଇନଥାଏ । ଏଥିରେ ବିଟା-କାରୋଟିନ୍ ଥାଏ, ଯାହା କ୍ୟାନ୍ସର ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ବିଶେଷ ଭାବରେ ଏହା ଫୁସଫୁସ୍ ଏବଂ ପାଟି କ୍ୟାନ୍ସରରୁ ରକ୍ଷା କରିଥାଏ।

ବ୍ଲଡ୍ ସୁଗାର୍:

ପ୍ଲମରେ ଏପରି ଉପାଦାନ ଥାଏ, ଯାହା ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ । ଏହାକୁ ଖାଇବା ଦ୍ୱାରା କିଛି ହରମୋନ୍ ମୁକ୍ତ ହୋଇଥାଏ, ଯାହା ତୁରନ୍ତ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିଥାଏ ।

 

ଆଣ୍ଟିଅକ୍ସିଡାଣ୍ଟ:

ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ପ୍ଲମରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଅନେକ କ୍ରନିକ୍ ରୋଗ ଠାରୁ ଦୂରେଇ ରଖିଥାଏ । ଏହା ଶରୀରରେ ଯେକୌଣସି ପ୍ରକାରର ପ୍ରଦାହକୁ ଦୂର କରିଥାଏ ଏବଂ ଫ୍ରି ରେଡିକାଲ୍ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ସୁସ୍ଥ କରିଥାଏ। ଏଥି ସହିତ, ଏହା ହାଡକୁ ମଧ୍ୟ ଶକ୍ତିଶାଳୀ କରିଥାଏ, କାରଣ ଏଥିରେ ପଲିଫେନୋଲ୍ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଆହୁରି ମଧ୍ୟ, ପ୍ଲମ୍ ହୃଦ୍ ରୋଗ ଏବଂ ମଧୁମେହକୁ ଦୂରେଇ ରଖିଥାଏ ।

ଓଜନ ହ୍ରାସ:

ପ୍ଲମରେ ସୁପରକ୍ସାଇଡ୍ ଥାଏ, ଯାହା ଶରୀରର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ଓଜନ ହ୍ରାସ ପାଇଁ, ଖାଦ୍ୟରେ ପ୍ଲମ୍ ଅନ୍ତର୍ଭୁକ୍ତ କରିବା ଜରୁରୀ ।

Show More

Related Articles

Back to top button