Breaking PLUSଦେଶ

କେରଳରେ ବନ୍ୟା ପରିସ୍ଥିତି, ୪ ମୃତ, ୧୨ ନିଖୋଜ

ଆଜି କେରଳରେ ଭୀଷଣ ବର୍ଷା । ଏହି ଭୟଙ୍କର ବର୍ଷା କାରଣରୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏକ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଜଣ ନିଖୋଜ ମଧ୍ୟ ହୋଇଯାଇଛନ୍ତି । ସେପଟେ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସେନା ଏବଂ ଏୟାର ଫୋର୍ସ ଠାରୁ ସାହାଯ୍ୟ ନେଇଛନ୍ତି ।

ରାଜ୍ୟର କୋଟ୍ଟାୟମ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ସେଠାରେ ହୋଇଥିବା ଭୂସ୍ଖଳନରେ ୧୨ ଜଣ ନିଖୋଜ ହୋଇଯାଇଛନ୍ତି । ସେହିଭଳି ଇଡ୍ଡୁକୀରେ କାର ସହ ୨ଜଣ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ପଥାନାମଥିଟ୍ଟା ଏବଂ କୋଟ୍ଟାୟମରେ ମଧ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପାଣିପାଗ ବିଭାଗ କୋଟ୍ଟାୟମ, ପଥନାମଥିଟ୍ଟା, ତ୍ରିଶୁର, ଏର୍ଣ୍ଣାକୁଲମ, ଇଡ୍ଡୁକୀ ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି ।

Show More

Related Articles

Back to top button