ଅପରାଧଓଡ଼ିଶା

ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିଲା ପରଦା

ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କର ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇଛି କମିଶନରେଟ୍ ପୋଲିସ୍ । ମନୀଷଙ୍କୁ ହତ୍ୟା କରାଯାଇଥିବା କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି । ତାଙ୍କ ସହ ଶେଷ ରାତିରେ ଥିବା ତିନି ସାଙ୍ଗ ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ । ତେବେ ମନୀଷଙ୍କୁ କେମିତି ହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ଦେଇନି ପୋଲିସ ।

ଅମ୍ରିତ୍ ବିଶ୍ୱାଳ, ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର, ଏମାନେ ତିନି ଜଣ ମିଶି ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ସୂଚନା ଦେଇଛି ପୋଲିସ । ଦଫା ୩୦୨- ହତ୍ୟାକାଣ୍ଡ । ଦଫା ୩୬୪(କ) – ବଟି ମାଗିବା ଉଦ୍ଦେଶ୍ୟରେ ଅପହରଣ କରିବା । ଦଫା- ୨୦୧, ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗରେ ଏହି ତିନି ଜଣଙ୍କ ସାଙ୍ଗଙ୍କୁ ହାତକଡି ପିନ୍ଧାଇଛି ପୋଲିସ । କିନ୍ତୁ ମନୀଷ ହତ୍ୟାକାଣ୍ଡ ଏବେ ବି ଅସ୍ପଷ୍ଟ । ଅନ୍ଧାର ଘେରରେ ରହିଯାଇଛି ସେହି ଶେଷ ରାତିର ରହସ୍ୟମୟ ଘଟଣା । ମନୀଷଙ୍କୁ କେମିତି ହତ୍ୟା କରାଗଲା ତାହା ଜାଣିବା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ ।

Show More

Related Articles

Back to top button