Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

କେଦାରନାଥ ଧାମର ଦ୍ୱାର ବନ୍ଦ ହେବା ପରେ ପ୍ରଥମ ବରଫପାତ

ବରଫପାତ ଯୋଗୁ ଧାମରେ ଚାଲୁଥିବା ପୁନର୍ନିର୍ମାଣ କାର୍ଯ୍ୟ ପ୍ରଭାବିତ

କେଦାରନାଥ- କେଦାରନାଥ ଧାମରେ ବଦଳିଲା ପାଗ । ଧାମର ଦ୍ୱାର ବନ୍ଦ ହେବା ପରେ ଗତକାଲି ରାତିରେ ପ୍ରଥମ ଥର ପ୍ରବଳ ବରଫପାତ ହୋଇଛି । ଧାମରେ ପ୍ରାୟ ଏକ ଫୁଟରୁ ଅଧିକ ବରଫ ପଡିଛି । ଫଳରେ ଧାମରେ ଚାଲିଥିବା ପୁନର୍ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି ।
ବାବା କେଦାରନାଥଙ୍କ ଦ୍ୱାର ବନ୍ଦ ହେବା ପରେ ଏହା ପ୍ରଥମ ବରଫପାତ । ଧାମ ବନ୍ଦ ହେବ ପୂର୍ବରୁ ଏଠାରେ ବରଫ ପଡିଥିଲା । ଅନ୍ୟପଟେ ଧାମରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ପୁନର୍ନିମାଣ କାମ ବରଫପାତ ଯୋଗୁ ବନ୍ଦ ରହିଛି । ଏବେ ଧାମରେ କିଛି ସାଧୁସନ୍ଥ ଓ ଶ୍ରମିକ ଥିବା ସୂଚନା ମିଳିଛି ।

Show More

Related Articles

Back to top button